ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ କ୍ରୀଡା ଉତ୍ସବକୁ ହାଟଡିହି ତହସିଲଦାର ଦିଲିପ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ କ୍ରୀଡାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣଏବଂ ଜଣେ ସଫଳ ଛାତ୍ରଜଣେ ସଫଳ କ୍ରୀଡାବିତ ବୋଲି ମୁଖ୍ୟ ଅତିଥି ତହସିଲଦାର ଶ୍ରୀଯୁକ୍ତ ସାହୁ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ୟଙ୍କ ଅଫ ଇଣ୍ଡିଆ ବଉଳା ଶାଖାର ପରିଚାଳକ ପ୍ରୀତମ କୁମାର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡକୁ ନିରୀକ୍ଷଣ କରି ଶୃଙ୍ଖଳାର ସହ କ୍ରୀଡାରେ ଭାଗନେଇ ନିଜ ନିଜର ଉତ୍କର୍ତ୍ସତା ପ୍ରତିପାଦିତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପି,ମଣିକଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଖେଳ ଶିକ୍ଷୟତ୍ରୀ ପ୍ରୀୟା ମେର୍ଯ୍ୟା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଜାଭେଲିନି ଥ୍ରୋ, ସଟଫୁଟ ଇତ୍ୟାଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ଅଭିଲିପ୍ସା ସାହୁ, ଅଧ୍ୟାପକ ବିଦ୍ୟାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ