ଜମ୍ଭୀରା ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସରପଞ୍ଚ ଆଶାଲତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଯୋଗଦେଇ ସ୍ମାର୍ଟ ହେଲଥ କାର୍ଡର ବ୍ୟବହାର ଓ ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇ ରେସନକାର୍ଡ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ବିଜେଡି ସଭାପତି ତଥା ସମାଜସେବୀ ଚଣ୍ଡୀ ପ୍ରସାଦ ରାଉତ, ସଭିତିସଭ୍ୟ ପ୍ରଭାତ କୁମାର ରାଉତ, ପିଇଓ ସନ୍ତୋଷ କୁମାର ସେଠୀ, ଜିଆରଏସ ମଧୁଛନ୍ଦା ଗିରି, ସମାଜସେବୀ ସଞ୍ଜୟ କୁମାର ରାଉତ, ଦଣ୍ଡଧର ସାହୁ, ଭାଗବତ ଗିରି, ଜଗନ୍ନାଥ ଯେନା, ଅଶୋକ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେଇଥିଲେ । ଏହି ସ୍ମାର୍ଟକାର୍ଡ ଗରିବ ଲୋକମାନଙ୍କ ପାଇଁ ସୁରକ୍ଷା କବଚ ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ