ଜଳବନ୍ଦୀ ଇଲାକା ରେ ୧୦୮ଲଞ୍ଚ ବୋଟ ଆମ୍ବୁଲାନ୍ସ ଲୋକାର୍ପଣ କଲେ ଲାଞ୍ଜିଗଡ ବିଧାୟକ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ସ୍ୱାସ୍ଥ ସେବା ପାଇବା ପାଇଁ ଯେଉଁ ଜଳବନ୍ଦୀ ଅଞ୍ଚଳ ଦିନେ ଅପହଞ୍ଚ ଥିଲା ତାହା ଆଜି ବାସ୍ତବତା ର ରୁପ ନେଇଛି ଓ ଏହାକୁ ପୁରଣ କରିଛନ୍ତି ଓଡିଶା ରାଜ୍ୟ ସରକାର କଳାହାଣ୍ଡି ର ଦୁର୍ଗମ ଅପହଞ୍ଚ ଥୁଆମୁଳ ରାମପୁର ବ୍ଲକ ର ତଲନାଗି ପଞ୍ଚୟତ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ବିସ୍ଥାପିତ ଅଞ୍ଚଳ ର ବାହାଡ଼ାଘାଟ ରେ ୧୦୮ ଲଞ୍ଚ ବୋଟ ଆମ୍ବୁଲାନ୍ସ ସେବା କୁ ଜଳବନ୍ଦୀ ଅଞ୍ଚଳ ବାସୀ ଙ୍କ ପାଇଁ ଲୋକାର୍ପିତ କରିଛନ୍ତି ଲାଞ୍ଜିଗଡ ବିଧାୟକ କେବେ ଯାହା ଦିନେ କଳ୍ପନା ର ବାହାରେ ଥିଲା ତାହା ଆଜି ଲାଞ୍ଜିଗଡ ବିଧାୟକ ଙ୍କ ଉଦ୍ୟମ ଯୋଗୁଁ ବାସ୍ତବତା ର ରୁପ ନେଇଛି ଇନ୍ଦ୍ରାବତୀ ଜଳଭଣ୍ଡାର ର ଅକାତକାତ ଜଳରାଶି ମଧ୍ୟରେ ଥିବା ଅପହଞ୍ଚ ଅଞ୍ଚଳରେ ରହୁଥିବା ଗୁଣ୍ଡୁରିଖାଲ ଟେମରା ଗୁଞ୍ଜମାଲି କଳାଟି କଣାସୁଲି ମାଲିଗାଓଁ କେ. ଚେପଟା ବେଣାଖମାର କରବାଡ଼ି କୁ ମିଳିବ ୧୦୮ ଆମ୍ବୁଲାନ୍ସ ସ୍ୱାସ୍ଥସେବା କାରଣ ଏହି ସବୁ ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ରହିଛି ଏହି ଜଳବନ୍ଦୀ ଅଞ୍ଚଳ ରେ ବସବାସ କରୁଥିବା ଦୁଇ ପଞ୍ଚୟତ ମାଲିଗାଓଁ ଓ ପୋଡ଼ା ପଦର ସମେତ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ୨୪ ଗାଁ ର ପ୍ରାୟ ୫ ହଜାର ଲୋକ ଏହି ଆମ୍ବୁଲାନ୍ସ ସେବା ଯୋଗୁ ଉପକୃତ ହୋଇ ପାରିବେ ବୁଧବାର ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ଏହି ୧୦୮ ଲଞ୍ଚ ଆମ୍ବୁଲାନ୍ସ ସେବା କୁ ଜଳବନ୍ଦୀ ଅଞ୍ଚଳ ର ଲୋକଙ୍କ ପାଇଁ ଲୋକାର୍ପିତ କରିଛନ୍ତି ୧୦୮ ଲଞ୍ଚ ଅମ୍ବୁଲାନ୍ସ ଦୀର୍ଘ ଦିନର ସ୍ବପ୍ନ ପୂରଣ କଲେ ରାଜ୍ୟ ସରକାର ବିଧାୟକ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କଲେ ଜଳବନ୍ଦୀ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରାବତୀ ଜଳଭଣ୍ଡାରର ବାହାଡାଘାଟ ଠାରେ ଅବସ୍ଥାପିତ ହେଲା ଏହି ୧୦୮ ଲଞ୍ଚ ଆମ୍ବୁଲାନ୍ସ ଯୋଗୁଁ କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲ୍ଲାର ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ବାସୀ ଉପକୃତ ହେବେ ଲୋକାର୍ପଣ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମେତ ଏନ ଆର ଏଚ ଏମ କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ବ୍ଲକ ବିଜେଡି ର କର୍ମକର୍ତ୍ତା ଓ ଏହି ଅଞ୍ଚଳର ବହୁ ଲୋକେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ