ଜଳୁଛି ଜଙ୍ଗଲ, ବିପଦରେ ପରିବେଶ

ବିଶ୍ୱ ର ସବୁଠାରୁ ବଡ ଜଙ୍ଗଲ ତଥା କହିବାକୁ ଗଲେ ପୃଥିବୀର ଫୁସଫୁସ ବ୍ରାଜିଲ ର ଆମାଜନ ଜଙ୍ଗଲରେ ରେ ନିଆଁ ଲାଗିଛି । ଦୀର୍ଘ ୩ ସପ୍ତାହ ହେଲା ଭୟଙ୍କର ରୂପ ନେଉଛ ନିିଆଁ । ସାରା ବିଶ୍ୱ ବ୍ୟବହାର କରୁଥିବା ମୋଟ୍ ଅମ୍ଳଜାନର ୨୦ ପ୍ରତିଶତ ଅମ୍ଳଜାନ ଏହି ଆମାଜନ ଜଙ୍ଗଲରୁ ହିଁ ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ଥିବା ମୋଟ୍ ଜୀବଜନ୍ତୁଙ୍କ ସଂଖ୍ୟାର ପ୍ରାୟ ଅଧା ଜୀବଜନ୍ତୁ ଏହି ଜଙ୍ଗଲରେ ବାସ କରିଥାନ୍ତି । ଏହାବ୍ୟତୀତ ଦୁନିଆର ଅଧାରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଆମାଜନ ଜଙ୍ଗଲରେ ଦେଖାଯାଆନ୍ତି । ଗତ ୩ ସପ୍ତାହ ଧରି ଏହି ଜଙ୍ଗଲରେ ନିଆଁ ଲାଗିବା ପରେ ଅନେକ ଦୁର୍ମୁଲ୍ୟ ଗଛ ଲତା ନଷ୍ଟ ହେବା ସହିତ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ସାଟେଲାଇଟ୍ ରୁ ମିଳିଥିବା ଫଟୋ ଚିତ୍ରରୁ ଜଣାପଡୁଛି ବିରାଟ ବଡ ଅଂଚଳ ଏକ ସାଥରେ ଜଳୁଛି । ଆମାଜନ ଜଙ୍ଗଲର ଏହି ନିଆଁ ନଥମିଲେ , ଆଗକୁ ଗ୍ଲୋବାଲ ୱାର୍ମିଂ ଉପରେ ବି ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ