ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବାଯୋଜନା ତରଫରୁ ସ୍ଥାନୀୟ ପରସୁଲୁଣ୍ଡା ପୋଷ୍ୟ ଗ୍ରାମ ଠାରେ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି |ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ମା ବୁଢାକେନ୍ଦୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉଦଘାଟନୀ ସଭାରେ କ୍ଷତ୍ରିୟବରପୁର ପଞ୍ଚାୟତ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ ମୁଖ୍ୟ ଅତିଥି ଯୋଗ ଦେଇ ଜାତୀୟ ସେବ|ଯୋଜନା ଅନୁଷ୍ଠାନର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା କଥା କହିଥିଲେ | ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଗୋବରା ପଂଚାୟତ ସମିତି ସଭ୍ୟ ବିଭୂପାଦ ଜେନା, ଅଧ୍ୟାପକ ସଞ୍ଜୟ ସାହୁ, ମହେଶ୍ୱର ରାଉତ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ |ଏଥିରେ 50ଜଣ ବାଳକ ଏବଂ ବାଳିକା ଯୋଗ ଦେଇଛନ୍ତି |


