ଜାଲିଆନା ୱାଲାୱାଗ ରେ ରାହୁଲ

ଆଜି ଜାଲିଆନା ୱାଲାୱାଗ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂର୍ତି ହୋଇଛି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ଜାଲିଆନା ୱାଲାୱାଗ ମେମୋରିୟାଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ ମେମୋରିୟାଲ ଭିଜିଟର ବୁକରେ ସନ୍ଦେଶ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି, ସ୍ୱାଧୀନତା ପାଇଁ ମୂଲ୍ୟ ଦିଆଯାଇଥିଲା । ଏହା କେବେ ଭୁଲି ହେବ ନାହିଁ । ରାହୁଲ ରାତିରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପରିଦର୍ଶନ କରିବେ । ଏହି ଅବସରରେ ସେଠାରେ ଏକ ଶତାବ୍ଦୀ ସମାରୋହର ଆୟୋଜନ କରାଯାଇଛି । ଏଥିରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପଞ୍ଜାବର ରାଜ୍ୟପାଳ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
୧୦୦ ବର୍ଷ ପୂର୍ବେ ଅପ୍ରେଲ ୧୩ ୧୯୧୯ ଭାରତ ପାଇଁ ଏକ କଳା ଦିନ ଥିଲା । ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତୀ ଥିବା ଜାଲିଆନା ୱାଲାୱାଗରେ ୧୫-୨୦ ହଜାର ଭାରତୀୟ ଏକତ୍ରିତ ହୋଇଥିଲେ । ସମସ୍ତେ ସେଠାରେ ଏକ ଶାନ୍ତି ସଭାର ଆୟୋଜନ କରିଥିଲେ । ଏହି ସଭା ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିବା ନେତା ଏବଂ ରାଓଲତ ଆକ୍ଟକୁ ବିରୋଧ କରି କରାଯାଉଥିଲା । ସଭାରେ କିଛି ଲୋକ ଭାଷଣ ଦେଉଥିଲେ । ସେଠାରେ ଏମିତି ବହୁ ଲୋକ ଥିଲେ ଯେଉଁମାନେ ନିଜ ପରିବାର ସହ ସେଠାକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ଯେତେବେଳେ ନେତା ଭାହଣ ଦେବା ଆରମ୍ଭ କଲେ ସେହି ସମୟରେ ଇଂଗ୍ରେଜ ଜେନେରାଲ ଡାୟାର ବାଗ ସହରରୁ ବାହାରକୁ ବାହାରିବା ରାସ୍ତା ବନ୍ଦ କରି ଦେଇଥିଲେ । ପ୍ରାୟ ୧୦୦ ଜଣ ସୈନିକଙ୍କ ସହ ସେ ସେଠାରେ ପହଂଚିଥିଲେ ଏବଂ ୧୦ ମିନିଟ ପର‌୍ୟ୍ୟନ୍ତ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଗୁଳି ମାଡରୁ ବର୍ତିବା ପାଇଁ ବହୁ ଲୋକ କୂଅକୁ ଡେଇଁ ପଡିଥିଲେ । ଗୁଳି ଚାଳନା ପରେ ସେଠାରୁ ୨୦୦ରୁ ଅଧିକ ଶବ ଉଦ୍ଧାର କରାଯାଇଥିଲା । ସେହି ସମୟରେ ସେଠାରୁ ବାହାରକୁ ବାହାରିବା ରାସ୍ତା ସଙ୍କୁଚିତ ଥିବାରୁ ବହୁ ଲୋକ କୁଦାଦଳାରେ ପ୍ରାଣ ହରାଇଥିଲେ ।

କୁହାଯାଉଛି କି, ୧୦ ମିନିଟରେ ୧୬୫୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ସୈନିକଙ୍କ ଗୁଳି ଶେଷ ହେବା ପରେ ଡାୟାର ରହି ଯାଇଥିଲେ । ଏହି ଘଟଣାରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । କିନ୍ତୁ ବ୍ରିଟିଶ ସରକାର ମୃତକଙ୍କ ସଂଖ୍ୟା ୩୭୯ ଏବଂ ଆହତଙ୍କ ସଂଖ୍ୟା ୧୨୦୦ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ