ଜିଏସଟି ପରିଷଦର ଆଇନ ଓ ପ୍ରକ୍ରିୟାଜନିତ ସୁପାରିସ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର ୪୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଆଇନ ଏବଂ ପ୍ରକ୍ରିୟାଗତ ପରିବର୍ତ୍ତନ ଉପରେ ଜିଏସଟି ପରିଷଦ ନିମ୍ନୋକ୍ତ ସୁପାରିସ କରିଛନ୍ତି। ବାଣିଜ୍ୟ ସୁବିଧା ପାଇଁ ପଦକ୍ଷେପ, ଅତୀତ ରିଟର୍ଣ୍ଣ ପାଇଁ ବିଳମ୍ବିତ ଶୁଳ୍କ ହ୍ରାସ : ବିଳମ୍ବିତ ହୋଇ ପଡ଼ି ରହିଥିବା ରିଟର୍ଣ୍ଣ ଫାଇଲିଂକୁ ପୂରଣ କରିବା ଦିଗରେ ପଦକ୍ଷେପ ସ୍ବରୂପ, ଜୁଲାଇ, ୨୦୧୭ରୁ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଟିକସ ଅବଧି ପାଇଁ ଫର୍ମ ଜିଏସଟିଆର-୩ବି ଦାଖଲ ନକରିବା ଜନିତ ବିଳମ୍ବିତ ଶୁଳ୍କ ପରିମାଣକୁ ନିମ୍ନ ପ୍ରକାରରେ ହ୍ରାସ/ଛାଡ଼ କରାଯାଇଛି, କୌଣସି ଟିକସ ଦେୟତା ନଥିଲେ ‘ଶୂନ୍ୟ’ ବିଳମ୍ବିତ ଶୁଳ୍କ ସୁବିଧା, କୌଣସି ଟିକସ ଦେୟତା ଥିଲେ ପ୍ରତ୍ୟେକ ରିଟର୍ଣ୍ଣ ପାଇଁ ସର୍ବାଧିକ ୫୦୦ ଟଙ୍କାର ବିଳମ୍ବିତ ଶୁଳ୍କ । ୦୧.୦୭.୨୦୨୦ ରୁ ୩୦.୦୯.୨୦୨୦ ପର୍ଯ୍ୟନ୍ତ ଦାଖଲ କରାଯିବାକୁ ଥିବା ସମସ୍ତ ଜିଏସଟିଆର-୩ବି ରିଟର୍ଣ୍ଣ ପାଇଁ ହ୍ରାସ ପାଇଥିବା ବିଳମ୍ବିତ ଶୁଳ୍କ ଲାଗୁ ହେବ। ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୦ ଟିକସ ଅବଧି ପାଇଁ ବିଳମ୍ବିତ ରିଟର୍ଣ୍ଣ ଦାଖଲ ପାଇଁ କ୍ଷୁଦ୍ର ଟିକସଦାତାମାନଙ୍କୁ ଅଧିକ ରିହାତି, କ୍ଷୁଦ୍ର ଟିକସଦାତା ହାରାହାରି ୫ କୋଟି ଟଙ୍କାର କାରବାରଙ୍କ ପାଇଁ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ୨୦୨୦ରେ ହୋଇଥିବା ଯୋଗାଣ ନିମନ୍ତେ ନିର୍ଦ୍ଧାରିତ ତାରିଖ ଜୁଲାଇ ୬ ଜୁଲାଇ ୨୦୨୦ ପର୍ଯ୍ୟନ୍ତକୁ ବାଦ ଦେଇ ବିଳମ୍ବିତ ରିଟର୍ଣ୍ଣ ଦାଖଲର ବାର୍ଷିକ ସୁଧ ଦର ୩୦.୦୯.୨୦୨୦ ପର୍ଯ୍ୟନ୍ତ ୯ ପ୍ରତିଶତକୁ ହ୍ରାସ କରି ଦିଆଯାଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ, ଏସବୁ ମାସ ପାଇଁ କ୍ଷୁଦ୍ର ଟିକସଦାତାମାନେ ରିହାତିର ଅଧିସୂଚିତ ତାରିଖ ଜୁଲାଇ ୬, ୨୦୨୦ ପର୍ଯ୍ୟନ୍ତ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ଏବଂ ଏହାପରେ ୩୦.୯.୨୦୨୦ ପର୍ଯ୍ୟନ୍ତ ୯ ପ୍ରତିଶତ ହାରରେ ସୁଧ ଲାଗୁ ହେବ। ପରବର୍ତ୍ତୀ ଟିକସ ଅବଧି ମେ, ଜୁନ ଏବଂ ଜୁଲାଇ ୨୦୨୦ପର୍ଯ୍ୟନ୍ତ କ୍ଷୁଦ୍ର ଟିକସଦାତାଙ୍କ ପାଇଁ ରିହାତି, କୋଭିଡ-୧୯ ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା କ୍ଷୁଦ୍ର ଟିକସଦାତାମାନଙ୍କ ପାଇଁ ଆହୁରି ଏକ ରିହାତି ଦିଆଯିବାକୁ ଘୋଷଣା କରାଯାଇଛି। ଯଦି ଏମାନେ ମେ, ଜୁନ, ଜୁଲାଇ, ୨୦୨୦ ମାସରେ ହୋଇଥିବା ଯୋଗାଣର ରିଟର୍ଣ୍ଣ ସେପ୍ଟେମ୍ବର ୨୦୨୦ସୁଦ୍ଧା ଦାଖଲ କରିସାରିଛନ୍ତି ତା’ହେଲେ ତାଙ୍କ ପାଇଁ ବିଳମ୍ବିତ ଶୁଳ୍କ ଏବଂ ସୁଧ ଛାଡ଼ କରାଯିବ। ପଞ୍ଜୀକରଣ ବାତିଲ ପ୍ରତ୍ୟାହାର ଚାହୁଁଥିବା ଟିକସଦାତାଙ୍କ ପାଇଁ ଏକକାଳିନ ଅବଧି ସମ୍ପ୍ରସାରଣ ସୁବିଧା, ନିଜର ବାତିଲ ହୋଇଥିବା ଜିଏସଟି ପଞ୍ଜୀକରଣ ପାଇପାରିନଥିବା ଟିକସଦାତାମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ୩୦.୦୯.୨୦୨୦ ପର୍ଯ୍ୟନ୍ତ ପଞ୍ଜୀକରଣ ବାତିଲ ପ୍ରତ୍ୟାହାର ନିମନ୍ତେ ଆବେଦନପତ୍ର ଦାଖଲ କରାଯିବାର ସୁବିଧା ଦିଆଯିବ। ୧୨. ୦୬. ୨୦୨୦ ପର୍ଯ୍ୟନ୍ତ ପଞ୍ଜୀକରଣ ବାତିଲ ହୋଇଥିବା ସମସ୍ତ ମାମଲାରେ ଏହି ସୁବିଧା ପ୍ରଦାନ କରାଯିବ। ସିଜିଏସଟି ଆଇନ ୨୦୧୭ଏବଂ ଆଇଜିଏସଟି ଆଇନ ୨୦୧୭ରେ ସଂଶୋଧନ ଆଣିବା ଲାଗି ଅର୍ଥ ଆଇନ ୨୦୨୦ର କେତେକ ଧାରାକୁ ୩୦.୦୬.୨୦୨୦ ଠାରୁ ଲାଗୁ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ