ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକ, ଗଞ୍ଜାମରେ ଯୁଗ୍ମ ଅଭିଯୋଗ ଶୁଣାଣି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଜନ କଲ୍ୟାଣ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ଵାରା ଅଭିଯୋଗ ଶୁଣାଣି ଓ ଦିବ୍ୟାଙ୍ଗ ଜନ ସମାଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥି୍ଲା । ଏହା ଦ୍ଵାରା ଜିଲ୍ଲାର ଅଧିକାଂଶ ଲୋକ ଉପକୃତ ହୋଇପାରିଛନ୍ତି । ଆସନ୍ତା ସୋମବାର ଦିନ ହେବାକୁ ଥିବା ଅଭିଯୋଗ ଶୁଣାଣି ତା ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଶୁଣାଣି ହେବ । ଗଞ୍ଜାମ ଜିଲ୍ଲାର ସମସ୍ତ ଅଭିଯୋଗ ଗୁଡିକ ଜିଲ୍ଲାପାଳ, ଗଞ୍ଜାମ ଓ ଆରକ୍ଷୀ ଅଧ୍ୟକ୍ଷକ, ଗଞ୍ଜାମ ମିଳିତ ଭାବେ ତା.୩୧.୦୫.୨୦୨୨ ରିଖ (ମଙ୍ଗଳବାର) ଦିନ ଘ.୧୦.୦୦ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଶୁଣାଣି କରାଯିବ । ତତ୍ ସହିତ ଦିବ୍ୟାଙ୍ଗ ମାନଙ୍କ ମଙ୍ଗଳକର ନିମନ୍ତେ ସେହି ଦିନ ପ୍ରଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ