ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ପରୀକ୍ଷା ସମ୍ପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଏନ୍ଆଇସି ସମ୍ମିଳନୀ କକ୍ଷ ଠାରେ ଭର୍ଚ୍ୟୁଆଲ ମାଧ୍ୟମରେ ଶିକ୍ଷା ବିଭାଗ ଦ୍ୱାରା ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ପରୀକ୍ଷା ପରିଚାଳନା ସମ୍ପର୍କରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମୀକ୍ଷା କରିଥିବାର ଜଣାପଡିଛି । ମୁଖ୍ୟତଃ ଗ୍ରୀଷ୍ମର ଉତ୍ତାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ଏପ୍ରିଲ ମାସରେ ବିଭିନ୍ନ ପରୀକ୍ଷା ଗୁଡିକ ହେବ । ଏହି ସମୟରେ ଉତ୍ତାପ ଆହୁରି ବୃଦ୍ଧି ପାଇବ । ଏଣୁ ଜିଲ୍ଲା ଶିକ୍ଷାବିଭାଗ ପରୀକ୍ଷା ଗୁଡିକର ପରିଚାଳନା ପାଇଁ ପ୍ରସ୍ତୁତ କରି ଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଏହା ସହ ପରୀକ୍ଷା ଗୁଡିକ କିପରି ଶୃଙ୍ଖଳିତ ଭାବେ ପରିଚାଳନା ହେବ ସେ ନେଇ ଆବଶ୍ୟକୀୟ ପରାମର୍ଶ ଦେଇଥିବାର ଜଣାପଡିଛି । ଏହି ଭର୍ଚ୍ୟୁଆଲ ମୋଡରେ ହୋଇଥିବା ବୈଠକରେ ଜିଲ୍ଲାଶିକ୍ଷାଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ନୋଡାଲ ଅଧ୍ୟକ୍ଷ/ଅଧ୍ୟକ୍ଷା, ସଂଯୋଜକ, ବୈଷୟିକ ପରାମର୍ଶଦାତା, ପିରାମଲ ଫାଉଣ୍ଡେସନ ଦଳର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।


