ଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କୁଲୁଣ୍ଡା ଦଳ ଚମ୍ପିୟାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ଓଡ଼ିଆ ସାହି ସ୍ଥିତ ଏମସିସି ଟୁର୍ଣ୍ଣାମେଣ୍ଟରେ କୁଲୁଣ୍ଡା ଦଳ ଚାମ୍ପିୟାନ।ଦୀର୍ଘଦିନ ହେଲା ଚାଲିଥିବା ଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୃଷ୍ଣଚନ୍ଦ୍ର ବିଶୋଇ,ଭବାନୀ ଶଙ୍କର ଗୌଉଡ଼,କେଦାରନାଥ କାର୍ଜି,ଧୁଖ ପାଇକ,କ୍ଷୀରଦ କୁମାର ଚୌଦୁରି,ଲଳିତ ମୋହନ ଦଣ୍ଡେସନା ଓ ଚନ୍ଦ୍ରହାସ ପାଇକ ଉପସ୍ଥିତ ଥିଲେ। ଫାଇନେଲ ମ୍ୟାଚ୍ କୁଲୁଣ୍ଡା ଟିମ ଓ ଏବେଞ୍ଜେର ଟିମ ମଧ୍ୟରେ ଖେଳାଯାଇଥିଲା । ଟିମ କୁଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ୧୦୯ ରୋନ କରିଥିବା ବେଳେ ଟିମ ଏବେଞ୍ଜେର ୧୦ଅଭେର ଖେଳି ମୋଟ ୧୦୨ ରୋନ କରି ଏବେଞ୍ଜେର ଟିମ ପରାସ୍ତ ହୋଇଥିଲା । ଟିମ ଏବେଞ୍ଜେରକୁ ହରାଇ କୁଲୁଣ୍ଡା ଟିମ ଚାମ୍ପିୟାନ ହୋଇଛି । ଉଦଯାପିତ ଉତ୍ସବରେ ବିଜେତା ଦଳକୁ ୧୫ହଜାର କୋଫ ଓ ଉପବିଜେତା ଦଳକୁ ୧୦ହଜାର କୋଫ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଉପବିଜେତା ଦଳର ଗିରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ସେହିପରି ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆମନ ପୁରସ୍କାର ପ୍ରଦାନ କରିଛନ୍ତି କୃଷ୍ଣଚନ୍ଦ୍ର ବିଶୋଇ । ଏହି ଟୁର୍ଣ୍ଣାମେଣ୍ଟରେ ୨୬ଦଳ ଗୁମ୍ମା, ଗାଇବା, ସେରଙ୍ଗ, ଜିବା, ଗୁଣୁପୁର ଓ ପାରଳାଖେମୁଣ୍ଡିର ଅନେକ ଦଳ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଶଙ୍କର ପାଇକ, ଲକ୍ଷଣ ଚୌଧୁରୀ, ଆକାଶ ପାଇକ, ରାଜୀବ ଦଳାଇ, ଭବାନୀ ଶଙ୍କର ପାଇକ, ରୀଙ୍କୁ ପାଇକ, ନରେନ୍ଦ୍ର ପାଇକ, ଅରୁପ ପାଇକ, ସନ୍ତସ କୁମାର ଦଣ୍ଡେସନା, କୃଷ୍ଣଚନ୍ଦ୍ର ଗୁରୁ, ଟୁନା ପାଇକ ଓ ଏମସିସି କ୍ରିକେଟ କ୍ଲବ ପରିଚାଳନା କରିଥିଲେ ।


