ଜିଲ୍ଲାସ୍ତରୀୟ କୃଷିମେଳା ଉଦଯାପିତ
ନିମାପଡ଼ା, ( ସନ୍ତୋଷ ଦାଶ) :-ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିମାପଡ଼ା ଟାଉନହଲ ପରିସରରେ ଜିଲ୍ଲାସ୍ତରୀୟ ଦୁଇଦିନିଆ କୃଷିମେଳା ଓ ପାଠଶାଳା ଆଜି ଉଦଯାପିତ ହୋଇଯାଇଛି ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗ ଦେଇଥିଲେ ।କୃଷିର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଗତ ମହାବାତ୍ୟା ପର ଠାରୁ କୃଷି ରେ ଉନ୍ନତି ଘଟିଛି ବୋଲି ଅତିଥି ମାନେ କହିଥିଲେ ।ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ମଲ୍ଲିକ ,୧୨ ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପଲତା ସ୍ବାଇଁ ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ମନ୍ତ୍ରୀ ଙ୍କ ପ୍ରତିନିଧି ଅଜୟ ସ୍ବାଇଁ , ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବ୍ଲକ କୃଷି ଅଧିକାରୀ ପ୍ରଦୀପ ଦାସ ,ନିମାପଡ଼ା ସହକାରୀ କୃଷି ଅଧିକାରୀ ସୁବାସ ବାରିକ, ଗୋପ ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡ଼ା ଏହାକୁ ପରିଚାଳନା କରିଥିଲେ । ଏହି ମେଳାରେ କୃଷି ଯନ୍ତ୍ରପାତି ସମେତ ସ୍ଵଂୟ ସହାୟକ ଗୋଷ୍ଟି ତରଫରୁ ବିଭିନ୍ନ ଷ୍ଟଲମାନ ଖୋଲା ଯାଇଥିଲା । ଏହି ଅବସରରେ ସମ୍ମନ୍ଵିତ କୃଷି ଶୀର୍ଷକ ଆଲୋଚନା ଚକ୍ରରେ କେ ବି କେ ର ବରିଷ୍ଠ ବୈଜ୍ଞାନିକ ଡ.ଅମ୍ବିକା ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉଦ୍ୟାନ ,ମାଛ ଚାଷ ଓ ପଶୁପାଳନ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ବୁଝାଇଥିଲେ ।ଏହି କୃଷି ମେଳାରେ ଗୋପ ଓ ଅସ୍ତରଙ୍ଗ ବ୍ଲକ ର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ । ଏହି ଅବସରରେ ପାଞ୍ଚ ଜଣ ସଫଳ ଚାଷୀ ଓ ଦୁଇ ବ୍ଲକର ଦୁଇ ଜଣ କୃଷକ ସାଥିଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ଦୁଇ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଶେଷରେ ନାଚ ମାଧ୍ୟମରେ ଚାଷ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିନ ଆନୁଷ୍ଠାନିକ ଭାବେ ଏହି ଦୁଇ ଦିନିଆ କୃଷି ମେଳା କୁ ଉଦଘାଟନ କରିଥିଲେ ।


