ଜିଲ୍ଲା ଅବକାରୀ ବିଭାଗ ଟାର୍ଗେଟରେ ଦେଶୀ ମହୁଲି ମଦଭାଟି

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଗାଁ ଭିତରେ ଲୋକ ଆଉ ଜଙ୍ଗଲ ଭିତରେ ମଦଭାଟି, ଜଙ୍ଗଲ ଭିତରେ ଦେଶୀ ମହୁଲି ମଦର ଆସର ଦେଖିବାକୁ ମିଳିଛି କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୁଡ଼ା କାଠ ହଁ ଆଜ୍ଞା ମଦ ମାଫିଆ ମାନେ
ଏବେ ଅମାନିଆ ହୋଇ ଘଞ୍ଚ ଜଙ୍ଗଲ ଭିତରେ ନିଜର ସମୃଦ୍ଧି
ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି ପ୍ରତି ଦିନ ବିପୁଳ ପରିମାଣରେ ବେଆଇନ ଏହି ଦେଶୀ ମଦକୁ ଅଞ୍ଚଳ, ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରଶାସନ ଆଖିରେ ଧୂଳି ଦେଇ ମାଲାମାଲ ହେଉଛନ୍ତି l ଉଦଳା ଏବଂ ଶରତ ଅଞ୍ଚଳ ର ବିଭିନ୍ନ ଅଞ୍ଚଳ ରେ ଅବକାରୀ ବିଭାଗ ଠାବ କରି ନଷ୍ଟ କରିଥିବା ବେ ଆଇନ ଦେଶୀ ମହୁଲି ମଦ ଭାଟି l ରାଜ୍ୟରେ ଏବେ ଚୋରା ଦେଶୀ ମଦ ବେଧଡ଼କ ଭାବରେ ଵୃଦ୍ଧି ପାଇବାରେ ଲାଗିଛି l ତେବେ ମଦକୁ ରୋକିବା ପାଇଁ ଗ୍ରାମାଞ୍ଚଳ ରେ ଏବେ ମହିଳା ମାନଙ୍କ ଭିତରେ ଆନ୍ଦୋଳନ ବସାବାନ୍ଧିଲାଣି l ତେବେ ଏଥିପାଇଁ ଅବକାରୀ ବିଭାଗ ମଧ୍ୟ ଏବେ ଆକ୍ସସନ ମୋଡରେ
ମୟୁରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା l ଜଙ୍ଗଲ ଭିତରେ ଚାଲି ଥିଲା ଏଭଳି କିଛି କାରବାର, ଯାହାର ଖବର ଅବକାରୀ ବିଭାଗ କୁ ସୂଚନା ମିଳି ଥିଲା ଆଉ ଯୋଜନାବଦ୍ଧ ଭାବେ ଉକ୍ତ ଅଞ୍ଚଳ ମାନଙ୍କରେ ପେଟ୍ରୋଲିଙ୍ଗ କୁ କଡାକଡି କରିବା ସହିତ ଅବକାରୀ ବିଭାଗ କବ୍ଜାରେ ବେଆଇନ ଦେଶୀ ମହୁଲି ମଦ ଭାଟି,ହଁ ଏବେ ବିଭାଗ ପକ୍ଷରୁ ଦୁର୍ଗମ ଅପହଞ୍ଚ ଅଞ୍ଚଳ ର କୋଣ ଅନୁକୋଣ ମାନଙ୍କ ରେ ମଦ ମାଫିଆ ମାନଙ୍କୁ ଟାର୍ଗେଟ କରି ପହଞ୍ଚି ଭାଟିକୁ ନଷ୍ଟ କରିଛି ତେବେ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଜାଗା ଛାଡି ଫେରାର ମାରି ଛନ୍ତି ମଦ ମାଫିଆ ତେବେ ଅବକାରୀ ବିଭାଗ ର ଏହି ମିଳିତ ଚଢ଼ାଉ ରେ ବିଭିନ୍ନ ଅଞ୍ଚଳ ରୁ ସମୁଦାୟ ୧୪୪୧୦ କିଲୋ ମହୁଲ ପୋଚ କୁ ନଷ୍ଟ କରିବା ସହିତ ୫୨୦ ଲିଟର ଦେଶୀ ମହୁଲି ମଦ କୁ ମଧ୍ୟ ଜବଦ କରିଛି ଅବକାରୀ l ଏହି ଚଢ଼ାଉ ରେ ଦେଶୀ ମହୁଲି ମଦ କୁ ଜବଦ କରିବା ସହିତ ଭାଟି ଗୁଡିକୁ ଠାବ କରି ନଷ୍ଟ କରି ଥିବା ବେଳେ ମାଫିଆ ମାନଙ୍କ ଭିତରେ ଭାଳେଣି ପଡ଼ି ଯାଇଛି l ଏହି ଭଳି ଚଢ଼ାଉ ଆଗକୁ ଆହୁରି ବ୍ୟାପକ କରି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ