ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସକାଳୁ ସହର ମଧ୍ୟରେ ରାମଧୂନ୍ ସହ ପ୍ରଭାତ ଫେରି କରାଯାଇଥିଲା । ପରେ ପରେ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ଡ. ସିପ୍ରା ମଲ୍ଲିକ, ରତିକାନ୍ତ କାନୁନ୍‌ଗୋ, ଡା. ଦେବସ୍ମିତା ଶର୍ମା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ବିଭ୍ରାଂଶୁ ଶେଖର ଲେଙ୍କାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ତିନିମୁହାଣୀ ଛକସ୍ଥିତ ଗାନ୍ଧୀ ସ୍ମାରକୀ ପଦଯାତ୍ରା ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲା କଂଗ୍ରେସ ଭବନକୁ ପ୍ରତ୍ୟାବର୍ତ୍ତନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ “ଗାନ୍ଧୀ ଓ ଓଡିଶା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ନୀତି, ଆଦର୍ଶ ଓ ଶାସନ ପ୍ରଣାଳୀ ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଚରଣ ପାତ୍ର, ରବିନାରାୟଣ ବେହେରା, ଭାଗୀରଥି ଜେନା, ସର୍ବେଶ୍ୱର ସେଠୀ, ରମାକାନ୍ତ ଦାସ, ମଳୟ ଦାସ, ନିରଞ୍ଜନ ରାଉତ, ମଙ୍ଗୁଳି ଚରଣ ବେହେରା, ଉମେଶ ତ୍ରିପାଠୀ, ନଳିନୀ ବିହାରୀ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଧରଣୀଧର ସୁଆର, ଫକୀର ଚରଣ ଖଟୁଆ, ସୟଦ ଅବଦୁଲ ସତ୍ତାର, ସେକ ମେହେବୁବ, ଜ୍ୟୋତିରଞ୍ଜନ ପରିଡା, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ, ବେଣୁଧର ସାହୁ, ଉମେଶ ପାଢୀ, ନିରଞ୍ଜନ ପରିଡା, ସନ୍ତୋଷ ବେହେରା, ସସ୍ମିତା ପଣ୍ଡା, ସନ୍ଧ୍ୟାରାଣୀ ରାଉତ, ରଶ୍ମିତା ମହାନ୍ତି, ଅଜିତ ମହାନ୍ତି, ମତ୍ସ୍ୟଜୀବୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ହଳଧର ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ