ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତି ଓ ବଣ୍ଟନ
ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ମାସ୍କର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ସରକାର ଘୋଷଣା କରିଛନ୍ତି । ଏପରିକି ଚଳିତମାସ ୯ତାରିଖ ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ବୋଲି ସରକାର ଘୋଷଣା କରିବା ସହିତ ମାସ୍କ , ରୁମାଲ କିମ୍ବା କପଡା ଦ୍ୱାରା ମୁହଁ ନଘୋଡାଇଲେ ଜୋରିମାନା ଆଦାୟ ହେବ ବୋଲି ଚେତାବନୀ ଦେଇଛନ୍ତି । କିନ୍ତୁ ବଜାରରେ ସେହି ପରିମାଣର ମାସ୍କ ମିଳୁ ନଥିବା କାରଣରୁ ଲୋକମାନେ ମାସ୍କ ପାଇପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ୩୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଅନ୍ୟ କିଛି ମହିଳାଙ୍କୁ ସାଥି କରି ନିଜେ ମାସ୍କ ତିଆରିକରି ହଦଗଡ ଅଞ୍ଚଳର ଲୋକମାନଙ୍କୁ ମାଗଣାରେ ବାଣ୍ଟୁଛନ୍ତି । ସେ ଗତ କିଛିଦିନ ଧରି ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ରତ୍ନମରା ଆଦି ଗ୍ରାମରେ କ୍ସ୍, ବିସ୍କୁଟ ବଣ୍ଟନ କରିବା ସହିତ କିପରି ହାତଧୋିବ ଓ କରେନାରୁ ରକ୍ଷା ପାଇବ ସେ ସମ୍ପର୍କିତ ଲିଫଲେଟ ଦେଇ ସଚତେନ କରାଉଛନ୍ତି । ସେହିପରି କିଛି ମହିଳା ଗୋଷ୍ଠୀଙ୍କୁ ସାଥିକରି ନିଜ ଉଦ୍ୟମରେ ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ବଣ୍ଟନ କରୁଛନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।


