ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଭୋଇ ସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷର ସଫଳତା କିପରି ପଞ୍ଚାୟତ ଓ ବୁଥ୍ ସ୍ଥରରେ ଜନ ସାଧାରଣଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା ଆଲୋଚନା କରିଥିଲେ ସାଙ୍ଗଠନିକ ଜିଲ୍ଲା ବାଲେଶ୍ୱରଜିଲ୍ଲା ର ମୋଟ ୩୩ ଟି ମଣ୍ଡଳ ର ପ୍ରଭାରୀ ଙ୍କ ସହ ଜିଲ୍ଲା ବିଜେପିର ସଧାରଣ ସମ୍ପାଦକ ତଥା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପର୍ଶୁରାମ ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ସୋରୋ ବିଧାନ ସଭା ପ୍ରଭାରି ଚନ୍ଦ୍ର ଶେଖର ନନ୍ଦ, ଜିଲ୍ଳା ସଂପାଦକ ତଥା ସିମୁଳିଆ ବିଧାନ ସଭା ପ୍ରଭାରି ରାଜେଶ୍ ମହାପାତ୍ର,ରେମୁଣା ପ୍ରଭାରୀ ତଥା ଜିଲ୍ଲା ସଂପାଦକ ଚିତ୍ତରଞ୍ଜନ ପଣ୍ଡା, ସଦର ବିଧାନ ସଭା ପ୍ରଭାରି ତଥା ଜିଲ୍ଲା ବିଜେପି ଉପ ସଭାପତି ବିଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ଯଥାକ୍ରମେ ମନ୍ କି ବାତ୍, ବୁଥ ଓ ଶକ୍ତି କେନ୍ଦ୍ର ସ୍ତରୀୟ ବୈଠକ ଓ ଜୁନ ୨୧ ତାରିଖ ରେ ଥିବା ଯୋଗ ଦିବସ ସମ୍ବନ୍ଧୀୟ ଆଲୋଚନା କରିଥିଲେ , ବୈଠକ ପ୍ରାରମ୍ଭ ରେ ରାଷ୍ଟ୍ରିୟ ବନ୍ଦନା ଓ ଶେଷ ରେ ରାଷ୍ଟ୍ରିୟ ସଙ୍ଗୀତ ସାମୂହିକ ଭାବେ ଗାନ କରାଯାଇଥିଲା ।


