ପ୍ରଥମ ଦିନ ବିଦ୍ୟାଳୟ ବୁଲିଲେ ଅଧିକାରୀ

ହାଟଡିହି (ଓ୍ବାଇଏନଏସ): ଗ୍ରୀଷ୍ମ ଅବକାଶ ପରେ ଗୁରୁବାର ଦିନ ବିଦ୍ୟାଳୟ ଖୋଲିଛି ଏହାକୁ ନେଇ ପ୍ରତି ବିଦ୍ୟାଳୟରେ ଗ୍ରୁପ ମେସେଜ ମାଧ୍ୟମରେ ପିଲା ଅଧିକରୁ ଅଧିକ ପିଲା ପ୍ରଥମ ଦିନରେ ଆସିବା ପାଇଁ କୁହାଯାଇଥିଲା । ଅନେକ  ବିଦ୍ୟାଳୟରେ ଅଳ୍ପ ଅଳ୍ପ ପିଲାଙ୍କୁ ନେଇ ସ୍କୁଲ ଆରମ୍ଭ ହୋଇଥିଲା।ଏହା ଛଡ଼ା ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜିବ  ଦଳେଇ ପ୍ରଥମ ଦିନରେ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଥିଲେ।  ପିଲାମାନଙ୍କ ଉପସ୍ଥିତି, ସ୍କୁଲ ପରିବେଶ, ପରିଷ୍କାର ପରିଚ୍ଛନ୍ନ, ଖାଦ୍ୟ, ପାଠପଢା ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିଥିଲେ । ପରେ ପିଲା ମାନଙ୍କ ସହ  ମଠ  ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ମାନ ପରୀକ୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ