ଜିଲ୍ଲା ବୋଇତବନ୍ଦାଣ ସମିତିର ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୮ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ରବିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀ ସମାବେଶରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ନୃତ୍ୟ(ଭଜନ), ଝୋଟି(ମୁରୁଜ) ଓ ମେହେନ୍ଦୀ ପ୍ରଭୃତି ବିଭାଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଚାରକ ଭାବରେ ଅବନ୍ତୀ ବେହେରା, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ବୈଷ୍ଣବ ପ୍ରଧାନ, ଶରତ ଚନ୍ଦ୍ର ଧଳ, ଜୟଶ୍ରୀ ପତି, ଲୋନୀ ଘଡେଇ, ନିରୋଦବାଳା ଦାସ, ସଂଗୀତା ବେହେରା, ନିିର୍ଲିପ୍ତା ବେହେରା, ଦେବସ୍ମିତା ବେହେରା, ସରୋଜକାନ୍ତ ସାହୁ, ଅମରେଶ ରଥ, ଲକ୍ଷ୍ମୀକାନ୍ତ ନାୟକ, ମିନତୀପ୍ରଭା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ବିଗତ ବର୍ଷମାନଙ୍କ ଭଳି କଲେଜର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଥିରେ ସହଯୋଗ କରିଥିବାରୁ ସମିତି ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଗୋଲେଖ ପଢିଆରୀ, କାର୍ଯ୍ୟକାରୀ ସଭାପତି ରବିନାରାୟଣ ମହାନ୍ତି ଓ ନିରଞ୍ଜନ ବେହେରା, ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ, ରାଜେନ୍ଦ୍ର ମହାପାତ୍ର, କମଳାକାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ସଦସ୍ୟ ଚିତ୍ତରଞ୍ଜନ ଦାସ, ରଣଧିର ଜେନା, ସୁଶ୍ରୀ ସ୍ୱପ୍ନାରାଣୀ ସିଂ,ମୁକ୍ତାର ଖାଁ, ବଳରାମ ଦାସ, ମୀର ମୁର୍ଶିଦ୍ଦ, ଶୈଳବାଳା ସାମଲ,ଅବଧୂତ ରାଉତ ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିିତ ହୋଇଥିଲା। ଆସନ୍ତା ୨୪ତାରିଖରେ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ଅପରାହ୍ନ ସାଢେ ୨ଟାରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏଥିସହିତ ସକାଳ ୮ଟାରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବାକୁ ମୁଖ୍ୟଉପଦେଷ୍ଟା ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ