ଡିଏସ୍ବିଏମ୍ ଜେନେସିସ୍-୨୦୨୬ରେ ଡିଏଭି ପବ୍ଲିକ୍ ସ୍କୁଲକୁ ପ୍ରଥମ ପୁରସ୍କାର
ବାଲେଶ୍ୱର (ସରୋଜ ପଣ୍ଡା): ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରର ପରିଚାଳନା କାର୍ଯ୍ୟକ୍ରମ ‘ଡିଏସ୍ବିଏମ୍ ଜେନେସିସ୍-୨୦୨୬’ରେ ବାଲେଶ୍ୱର ଡିଏଭି ପବ୍ଲିକ୍ ସ୍କୁଲ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପେପର ପ୍ରେଜେଣ୍ଟେସନ୍ ପ୍ରତିଯୋଗିତାରେ ବାଲେଶ୍ୱର ଡିଏଭି ପବ୍ଲିକ୍ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛି। ଛାତ୍ରଛାତ୍ରୀଙ୍କ ଗବେଷଣା, ସୃଜନଶୀଳତା, ନୂତନ ଚିନ୍ତାଧାରା ଏବଂ ସମସ୍ୟା ସମାଧାନ କ୍ଷମତାକୁ ପ୍ରୋତ୍ସାହିତ କରିବା ଏହି ପେପର ପ୍ରେଜେଣ୍ଟେସନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବିଭାଗରେ ବିଭିନ୍ନ ବିଦ୍ୟାଳୟର ୧୨ଟି ଗ୍ରୁପ୍ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍ ସ୍କୁଲ, ବାଲେଶ୍ୱର ପ୍ରଥମ, ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର ଦ୍ୱିତୀୟ ଏବଂ କଳିଙ୍ଗ ଏରିଆ ଟ୍ୟାଲେଣ୍ଟ ତୃତୀୟ ସ୍ଥାନ ହାସଲ କରିଥିଲେ। ବାଲେଶ୍ୱର ଡିଏଭି ପବ୍ଲିକ୍ ସ୍କୁଲର କମର୍ସ ଶିକ୍ଷକ ସୂରଜ କୁମାର ଦେଙ୍କ ମାର୍ଗଦର୍ଶନରେ ଦ୍ୱାଦଶ ଶ୍ରେଣୀର ଛାତ୍ର ଓମକାର ଦାସ ଓ ତନୁଶ୍ରୀ ପାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।


