ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ର ଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନ ପ୍ରାୟ ୫ ଟାରେ ଏକ ଠେଙ୍ଗା ରେ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏନେଇ ବିରୁପାକ୍ଷ ପାଟପୁର ଥାନା ରେ ଏତଲା ଦେବାପରେ ମାମଲା ନଂ.୩୬୪/୨୬ ଅନୁଯାୟୀ ଅଭିଯୁକ୍ତ ଙ୍କ ନାଁ ରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ରବିବାର ଅଭିଯୁକ୍ତ ଙ୍କୁ ଗିରଫ କରି ସନ୍ଧ୍ୟା ରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ହିନ ଶନିବାର ଅପରାହ୍ନରେ ବିରୁପାକ୍ଷ ଙ୍କ ଜମି ରୁ ଛେଳି ଖାଇବା ପାଇଁ ଗଛରୁ ଡାଳ ହାଣୁଥିବା ବେଳେ ବିରୁପାକ୍ଷ ସେଠାରେ ପହଞ୍ଚି ତାଙ୍କ ଗଛ ରୁ ଡାଳ ହାଣିବାକୁ ମନା କରିଥିଲେ।ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ହିନ ଉତ୍ତେଜିତ ହୋଇ ଠେଙ୍ଗା ରେ ଆକ୍ରମଣ କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅଭିଯୁକ୍ତ ଙ୍କ ନିକଟରୁ ଆକ୍ରମଣ ରେ ବ୍ୟବହୃତ ଠେଙ୍ଗା ଜବତ କରାଯାଇଛି।


