ଜିଲ୍ଲା ବୋଇତ ବନ୍ଦାଣ ସମିତିର ପ୍ରସ୍ତୃତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୧ତମ ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୃତି ବୈଠକ ସ୍ଥାନୀୟ ଅମର ଉଦ୍ୟାନ ପରିସରରେ ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ମହାନ୍ତି ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଗତ ବର୍ଷ ମହାଆଡମ୍ବରରେ ୫୦ ବର୍ଷ ପୂର୍ତି ଉତ୍ସବ ପାଳନ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସଂସଦର ୩ ଜଣ ବରିଷ୍ଟ ସଦସ୍ୟ ଭାବଗ୍ରାହୀ କର, ବୈଷ୍ଣବ ଚରଣ ପ୍ରଧାନ, ଗୋଲଖ ପଢିଆରୀଙ୍କୁ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ବର୍ଷର ସମସ୍ତ କର୍ମକର୍ତାଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଚଳିତ ବର୍ଷ ପୁନର୍ବାର ମନୋନୀତ କରିଥିଲେ ଓ ନୂତନ ସଭ୍ୟ ଭାବେ ସୈାମ୍ୟରଂଜନ ପଟ୍ଟନାୟକ, ନୃସିଂହ ରାଉତ, ସଂଜୟ କୁମାର ମଲ୍ଲିକ, ପଫୁଲ୍ଲ କୁମାର ଦାସ ଓ ନେହେରୁ ସାହୁ, ମୈାସୁମୀ ସାହୁଙ୍କୁ ଗ୍ରହଣ କରାଯାଇ ନୂତନ କର୍ମକର୍ତାଭାବେ ନିର୍ବାଚିତ କରାଯାଇଥିଲା । ସଭାପତି ଚିନ୍ମୟ ବେଉରାଙ୍କ ସମେତ କର୍ମକର୍ତ୍ତା ବୈଷ୍ଣବ ପ୍ରଧାନ, ମହମ୍ମଦ ଆକବର ଅଲ୍ଲୀ, ସଂଜୟ ରାଉତ, ରବିନ୍ଦ୍ର ନାଥ ରଥ, ଗୋଲେଖ ପଢିଆରୀ, ନାରାୟଣ ସାହୁ, ନୃସିଂହ ମଲ୍ଲିକ, ମୁକ୍ତାର ଖାଁ ପ୍ରମୁଖ ଚଳିତ ବର୍ଷର କାର୍ଯ୍ୟକ୍ରମ କିପରି ସରସ ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ନିଜ ନିଜର ସୂଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଚଳିତ ବର୍ଷ ଉପଦେଷ୍ଟା ଭାବେ ଡା. ଅଲେଖ ଚନ୍ଦ୍ର ଦାସ, ଡା. ନିରଞ୍ଜନ ପରିଡା, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ କୁମାର ଦାସଙ୍କୁ ମନୋନିତ କରାଗଲା । କେନ୍ଦ୍ରାପଡା ଜିଲ୍ଲାର ସଂସ୍କୃତି ଓ ଐ୍ୟତିହ୍ୟକୁ ଉଜ୍ଜିବୀତ କରି ରଖିବା ପାଇଁ ସଂସଦର ୫୦ ବର୍ଷର ପ୍ରଚେଷ୍ଟାରେ ପ୍ରକାଶ ପାଉଥିବା ମୁଖପତ୍ର ବୋଇତକୁ ଚଳିତ ବର୍ଷ ପ୍ରକାଶ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଗଲା । ଶେଷରେ ସଭ୍ୟ ସୈାମ୍ୟରଂଜନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ