ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବ୍ୟବସାୟୀଙ୍କୁ ବଳଦେବଶ୍ରୀ ସମ୍ମାନ

କେନ୍ଦ୍ରାପଡା – କେନ୍ଦ୍ରାପଡା ସହରର ଫକିରାବାଦସ୍ଥିତ ପିତା ମିର କବିର ଓ ମାତା ଅମେନା ବିବିଙ୍କ ପୁତ୍ର ହାଜୀ ମିର ମହମ୍ମଦ ଜାବିର ସାହାବଙ୍କୁ କେନ୍ଦ୍ରାପଡା ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ଟାଉନହଲରେ ଅନୁଷ୍ଠିତ ଉତ୍ସବରେ ବଳଦେବଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ୧୯୫୯ ମସିହାରେ କେନ୍ଦ୍ରାପଡା ମାଟିରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ଜାବିର ପିଲାଟି ଦିନରୁ ବ୍ୟବସାୟରେ ତିଷ୍ଠିବାର ସଙ୍କଳ୍ପ ନେଇ ଏକ ଛୋଟିଆ ଦୋକାନ ଆରମ୍ଭ କରିଥିବା ବେଳେ ଆଜି ସେ ଆଗଧାଡିର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ମଧ୍ୟରେ ପରିଗଣିତ ହୋଇପାରିଛନ୍ତି । ଏତଦଭିନ୍ନ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ନିମନ୍ତେ ତାଙ୍କୁ ସମ୍ମାନୀତ କରାଯାଇଛି । ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବ୍ୟବସାୟୀ ତଥା ସମାଜସେବୀ ମହମ୍ମଦ ଜାବିରଙ୍କୁ ସମ୍ମାନୀତ କରାଯାଇ କେନ୍ଦ୍ରାପଡାରେ ପୁନର୍ବାର ଏକ ଭାଇଚାରାର ସମ୍ପର୍କକୁ ଦୃଢିଭୂତ କରାଯାଇଛି । ସହରର ବହୁ ବ୍ୟବସାୟୀ, ବିଶିଷ୍ଟବ୍ୟକ୍ତି, ଶିକ୍ଷାବୀତ ଓ ବୁଦ୍ଧିଜୀବିମାନେ ଜାବିର ସାହାବଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ