ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଶଯ୍ୟା ସଂଖ୍ୟା ୨ ଶହକୁ ବୃଦ୍ଧି ପାଇଁ ପ୍ରସ୍ତାବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ଦିନକୁ ଦିନ ବେଶ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି ବୋଲି ଗଜପତି ଡ଼ିଏମଓ ପ୍ରମୋଦ ପଣ୍ଡା ପ୍ରକାଶ କରି କହିଛନ୍ତି ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନରେ ୧୬୧ ଗୋଟି ଶଯ୍ୟା ରହିଛି. ଏହାକୁ ବୃଦ୍ଧି କରି ୨୦୦ ଶହରେ ପହଞ୍ଚାଇବା ପାଇଁ ଏବଂ ଏଠାରେ ଡାକ୍ତରମାନେ ରହିବା ପାଇଁ କ୍ଵାଟରର ଅଭାବ ରହିଛି. ତେଣୁ ଡାକ୍ତରମାନଙ୍କ ପାଇଁ କ୍ଵାଟର ନିର୍ମାଣ ପାଇଁ ମଧ୍ୟ ସରକାରଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଦ୍ୱାରା ନିବେଦନ କରାଯାଇଛି. ପ୍ରତିଦିନ ବର୍ତ୍ତମାନ ଆଉଟ୍ ଡୋରରେ ପ୍ରାୟ ୫ ଶହରରୁ ଊର୍ଦ୍ଧ୍ବ ରୋଗୀ ପଞ୍ଜୀକରଣ କରୁଛନ୍ତି। ହେଲେ ପ୍ରତେକ ବର୍ଷ ମାର୍ଚ୍ଚ ମାସ ସିଜନ ଆରମ୍ଭ ହେଲେ ରାଗୀଙ୍କ ସଂଖ୍ୟା ୭ ଶହ ରୁ ୮ ଶହ ବୃଦ୍ଧି ପାଉଛି. ଇନ୍ ଡୋରରେ ପ୍ରାୟ ୫୦ ଜଣ ରୋଗୀ ଭର୍ତ୍ତି ହେଉଛନ୍ତି। ଏହି ଡାକ୍ତରଖାନାରେ ବର୍ତ୍ତମାନ ୨୬୧ ଶଯ୍ୟା ରହିଥିବା ବେଳେ ଏହାକୁ ଦୁଇ ଶହ ଶଯ୍ୟାରେ ପରିଣତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ପରିସ୍ଥିତିକୁ ଅଣାୟତ୍ତ କରୁଛି। ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡା କିମ୍ବା ତଳେ ଶୋଇରହି ଚିକିତ୍ସିତ ହେଉ-ଛନ୍ତି। ସେହିପରି ଶଯ୍ୟା ଅଭାବ ଯୋଗୁଁ ରୋଗୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ନର୍ସିଂ ହୋମକୁ ଏହି ସମସ୍ତ ପରିସ୍ଥିତିକୁ ସୁଧାରିବା ସହିତ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଦେବା ପାଇଁ ଖାଲି ଥିବା ଡାକ୍ତର ପଦବୀ ପୂରଣ, ଶଯ୍ୟା ବୃଦ୍ଧି, ଡାକ୍ତର ଓ ବିଭିନ୍ନ କର୍ମଚାରୀଙ୍କ ପାଇଁ କ୍ଵାଟରର ସୁବ୍ୟବସ୍ଥା ଆଦି ସହ ଡାକ୍ତରଖାନାର ଅନୁସାଙ୍ଗିକ ବିକାଶ ଓ ଉନ୍ନତି ପାଇଁ ପ୍ରସ୍ତାବ ରଖାଯାଇ ପତ୍ର ଦ୍ୱାରା ସରକାରଙ୍କୁ ନିବେଦନ କରାଯାଇଛି ବୋଲି ଡାକ୍ତରଖାନା ଅଧିକ୍ଷକ ପ୍ରମୋଦ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି.