ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) : ସମସ୍ତ ଏନ୍‌ଏସି ନିର୍ବାହୀ ଅଧିକାରୀ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥା ତଦାରଖ ନିମନ୍ତେ ୱାର୍ଡ ପରିଦର୍ଶନ କରିବେ । ଘରୁ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେବ । ସମସ୍ତ ସହରାଞ୍ଚଳର ସୌନ୍ଦର୍ଯ୍ୟୀକରଣ ଓ ଆଲୋକୀକରଣକୁ ପ୍ରାଧାନ୍ୟ ଦିଆଯିବ । ସମସ୍ତ ସହରାଞ୍ଚଳରେ ନିର୍ମାଣଧୀନ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଜିଲ୍ଲା ଗସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ଗୁରୁତ୍ୱାରୋପ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଡୁଡା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡୁଡା ପଡି ଅଧ୍ୟକ୍ଷତା କରି ପ୍ରତି ସହରରେ ୧୦ କେଏଲ୍ ବିଶିଷ୍ଟ ମଳ ଜଳ ଉପଚାର ପ୍ଲାଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରହିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ହେବ । ସବୁ ସହରରେ ମାଇକ୍ରୋ କମ୍ପୋଷ୍ଟ୍ ସେଣ୍ଟର ଓ ଏମ୍‌ଆର୍‌ଏଫ୍ ପ୍ଲାଣ୍ଟ କାର୍ଯ୍ୟ ଶେଷ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ କର୍ମ ତର୍ପର ଯୋଜନାରେ ଭୂତଳ ଜଳ ରିଚାର୍ଜ ଓ ରଷ୍ଟୋର କରିବା ଲାଗି ପଏଣ୍ଟ୍ ସ୍ଥାନ କରିବା ଲକ୍ଷ୍ୟ ମଧ୍ୟରୁ ବାକି ରହିଥିବା ପଏଣ୍ଟ ସ୍ଥାପନ କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସହରରେ ଦଳଗତ ଭାବେ ସହରର ବିକାଶ ପାଇଁ ସ୍ମାର୍ଟ ପାର୍କ, ସ୍ମାର୍ଟ ରାସ୍ତା, ସ୍ମାର୍ଟ ଅଡିଟୋରିଅମ୍ ଆଦି ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ସମ୍ପନ୍ନ କରିବା ପାଇଁ ପଦକ୍ଷେପ ନିଆଯାଉ । ମିସନ୍ ଶକ୍ତି ଜରିଆରେ ଯେପରି ଗ୍ରାମାଞ୍ଚଳରେ ଲ୍ସ୍ ବିକାଶ ମୂଳକ କାର୍ଯ୍ୟ ହେଉଛି ସେହି ପ୍ରକାରେ ସହରାଞ୍ଚଳ ଗୁଡିକରେ କରିବାକୁ କୁହାଯାଇଛି । ସମସ୍ତ ସହରାଞ୍ଚଳ ଗୁଡିକରେ ବିଭିନ୍ନ ଟିକସ ଆଦାୟ ଏବଂ ରାଜସ୍ୱ ଆଦାୟ ଦିଗରେ ଗୁରୁତ୍ୱ ଦିଆଯିବ । ସେହିପରି ‘ସଫା’ ଆପ୍ ମାଧ୍ୟମରେ ଅନ୍‌ଲାଇନ୍ ଜରିଆରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉପରେ ଡୁଡା ପିଡି ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଡୁଡା ଟିମ୍‌ର ମୁଖ୍ୟ ସୌମ୍ୟରଞ୍ଜନ ସାହୁ, ସବ୍ୟସାଚି ପ୍ରଧାନ ଏବଂ ସମସ୍ତ ଏନ୍‌ଏସିର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ