୧୦୦କୋଟି ଟୀକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ରାପଡାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଶ୍ୱରେ ସର୍ବ ବୃହତ୍ ଟୀକା କରଣ ଅଭିଯାନରେ ଇତିହାସ ରଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ୧୦୦କୋଟି କୋଭିଡ ଟୀକା ସମ୍ପୂର୍ଣ୍ଣ କରି ପାରିଛି ଭାରତ । ଏହି ଟୀକା କରଣ ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲା ସାମିଲ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ଅନିତା ପଟ୍ଟନାୟକ ଏବଂ କୋଭିଡ ମୁଖ୍ୟ ପରିଚାଳନାରେ ଥିବା ଡାକ୍ତର ସଚ୍ଚିିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏବଂ ସ୍ୱାସ୍ଥ୍ୟସେବୀମାନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟାରେ ପ୍ରାୟ ୧୨ଲକ୍ଷ ଟୀକା ପ୍ରଦାନ କରାଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା କେନ୍ଦ୍ରାପଡା ପୈାରସଂସ୍ଥାର ଉଦୟ ନଗରରେ ଥିବା କଲ୍ୟାଣ ମଣ୍ଡପ ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ହୋଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ଜେନା କହିଥିଲେ ଯେ ପୁଣି ଥରେ ପ୍ରମାଣିତ ହେଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିଁ ଏଭଳି ଦୁର୍ଲଭ ଲକ୍ଷ୍ୟ ହାସଲ କରାଯାଇପାରେ । ଏଥିସହିତ ସେ ଅଭିନନ୍ଦନ ଜଣାଇଥିଲେ ମୋଦିଜୀଙ୍କୁ, ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟସେବୀ ନର୍ସ, ଡାକ୍ତର, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ । ସେମାନଙ୍କୁ ବି ଧନ୍ୟବାଦ ଦେଇଥିଲେ ଯେଉଁମାନେ ଏହାକୁ ମୋଦି ଟୀକାର ପ୍ରଚାର ଓ ଅପପ୍ରଚାର ଜାରି ରଖିଥିଲେ । ତା ନହୋଇଥିଲେ ଦେଶବାସୀ ଭରଷା କରି ପାରି ନଥାନ୍ତେ ଏହି ନଭଶ୍ଚୁମ୍ବୀ ଲକ୍ଷ୍ୟ ହାସଲ କରିବାକୁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ସାହୁ, କରୁଣାକର ସାହୁ, ଉମେଶ ଚନ୍ଦ୍ର ଦାସ, ବିବେକାନନ୍ଦ ମହାରଣା, ମନୋରଞ୍ଜନ ସାମଲ, ପ୍ରସନ୍ନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ