ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିନାଶ ପାଣିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେଆୟୋଜିତ ହୋଇଯାଇଛି. ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପାଣିଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଛି. ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବାର ଜଣାଯାଇଛି. ସେ ଗତ ୮ ନଭେମ୍ବର ୨୦୨୩ରେ ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ. ଏହା ପୂର୍ବରୁ ସେ କପ୍ତିପଦା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ. ତେବେ ତାଙ୍କର କାର୍ଯ୍ୟକାଳ ସମୟରେ ଜଣେ ଦକ୍ଷ ଅଧିକାରୀ ଭାବେ ସେ କାର୍ଯ୍ୟ ସମ୍ପାଦନ କରିଛନ୍ତି. ଉପସ୍ଥିତ ସାମ୍ବାଦିକ ମାନେ ସଭାରେ ପୁରୁଣା ସ୍ମୃତି ମନେପକାଇବା ସହ ତାଙ୍କର ନୂତନ ଦାୟିତ୍ୱକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି. ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ସୁକାନ୍ତ ଜିଉ, ମନୋଜ କୁମାର ପଣ୍ଡା, ଦୀପକ କୁମାର ନାୟକ, ରଞ୍ଜନ କୁମାର ଦାଶ, ଦୋଳ ଗୋବିନ୍ଦ ବାରିକ, ସୁବ୍ରତ କୁମାର ପ୍ରଧାନ, ତରୁଣ କୁମାର ଦାଶ, ପ୍ରିୟବ୍ରତ ମିଶ୍ର, ଶ୍ରୀକାନ୍ତ ସାହୁ, ବିଶ୍ୱଜିତ ଭୂୟାଁ, ଦିଲ୍ଲୀପ କୁମାର ପାତ୍ର, ଦିନେଶ କୁମାର ସେଠୀ, ରୂପମ ସ୍ୱାଇଁ, ସଞ୍ଜୟ କୁମାର ବାରିକ, ଦିଲ୍ଲୀପ ସିଂ, ଦୀପକ କୁମାର ମୁଦୁଲି, ଦୀପକ ପାଣିଗ୍ରାହୀ, ବିଜୁ ସିଂ, ଦେବେନ୍ଦ୍ର ନାଥ ଦାଶ, ଲଳିତ କୁମାର ବାରିକ, ହରେକୃଷ୍ଣ ପାତ୍ର, ଦେବବ୍ରତ ଦେଙ୍କ ସମେତ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ.