ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୨୦ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନଆଇସି ତଥା ଜିଲ୍ଲା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଗଣ-ମାଧ୍ୟମ ଦିବସ-୨୦୨୦ କୋଭିଡ-୧୯ କଟକଣା ଯୋଗୁଁ ଭିଡିଓ କନଫରେନ୍ସ ୱେବିନାର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗଜପତି ଜିଲ୍ଳାର ଦୁଇଜଣ କୋରନା ଯୋଦ୍ଧା ବରିଷ୍ଠ ସାମ୍ୱାଦିକ କେ. ସିଏଚ. ରତ୍ନମ ଏବଂ ନାବିନାନନ୍ଦ ଗନ୍ତାୟତ ଙ୍କ କୋରାନା ରେ ବିୟୋଗ ହୋଇଯାଇଥିଲା l ସେ ଦୁହିଁଙ୍କ ସମ୍ମାନ ଜଣାଇବା ଉଦ୍ଧେଶ୍ୟରେ ଦୁଇମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା , ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ-୧୯ ସମୟରେ ଏହାର ପରିଚାଳନା ଓ ନିୟନ୍ତ୍ରଣ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଶେଷ ଭୂମିକା ରହିଥିଲା । ପ୍ରତିଦିନ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସମ୍ବାଦ ପରିବେଷଣ କରିବା ଫଳରେ ଜିଲ୍ଲା ପ୍ରଶାସନ , ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ପରିଚାଳନାରେ ସଫଳ ହୋଇ ପାରିଛନ୍ତି , ନଚେତ ଅତ୍ୟନ୍ତ କଷ୍ଟସାଧ୍ୟ ହୁଅନ୍ତା ବୋଲି କହି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗକୁ ଏହିଭଳି ସହଯୋଗ ରହିବା ସହ ସମସ୍ତେ କୋଭିଡ ନୀତିନିୟମ ମାନିଚାଲିବେ ବୋଲି କହିଥିଲେ ।ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୋଭିଡ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେନିଜ ଜୀବନକୁ କି କରୋନା ସଂକ୍ରମଣ ପ୍ରତି କୋଣସି ଭ୍ରୁକ୍ଷେପ ନ କରି ସବୁ ଅଞ୍ଚଳରେ ପହଞ୍ଚି ଅନେକ ଖବର ଆଣି ଲୋକଙ୍କୁ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିକୁ ଆଣି ପାରୁଛନ୍ତି । ଯେଉଁଥିରେ କି ସମାଜ ବିଶେଷ ଭାବେ ଉପକୃତ ହୋଇ ପାରୁଛି । ପ୍ରକୃତରେ ଗଣ-ମାଧ୍ୟମ ଶାସକ , ପ୍ରଶାସକ ଓ ସମାଜ ମଧ୍ୟରେ ଏକ ଯୋଗ-ସୂତ୍ରକାରୀ ଭାବେ ରହିଆସିଛି ବୋଲି କହିଥିଲେ ।ଏସୟୁଜେ: ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କୋଭିଡ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଯେଉଁସବୁ ଖବର ବା ସମ୍ବାଦ ପରିବେଷଣ କରୁଥିଲେ , ସେଥିପାଇଁ ଜନସାଧାରଣ କୋଭିଡ ଉପରେ ଅତ୍ୟନ୍ତ ସଜାଗ ହୋଇ ରହିଆସିବା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ସେହି ଉପରେ ଆବଶ୍ୟକ ସତର୍କତା ଓ ସାବଧାନତାର ଟିପସ ଦେଇ ପାରୁଛନ୍ତି । ତେଣୁ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ ପରିଚାଳନା କ୍ଷେତ୍ରରେ ଉତ୍ତମ ସମନ୍ୱୟ ରକ୍ଷା ହୋଇ ପାରୁଥିବା ଯୋଗୁଁ ଆଜି ଜିଲ୍ଲାରେ କୋଭିଡ ପରିଚାଳନା କ୍ଷେତ୍ରରେ ସଫଳ ହୋଇ ପ୍ରଶାସନ’ର ନିୟନ୍ତ୍ରଣ’ରେ ରହିପାରିଛି ବୋଲି କହିଥିଲେ । ଗଜପତି ଜିଲ୍ଲାରେ ଏକ ପ୍ରେସ କ୍ଲବ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ l
ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇ ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲାରେ ଜିଲ୍ଲା ପ୍ରଶାସନ’ର ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇ ପାରୁଛି ବୋଲି କହିଥିଲେ ।ଏହି ୱେବିନାର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ଦ୍ଵିଜେନ ପାଢ଼ୀ , ଦେବାଶିଷ ପାଢ଼ୀ (ମିଟୁ), ରୂପେଶ ସାହୁ , ପ୍ରଦୀପ ନାୟକ , ବାସୁଦେବ ଦାସ, ବସନ୍ତ ପଣ୍ଡା , ଶ୍ରୀକାନ୍ତ ମହାରଣା ସମେତ ଅନ୍ୟାନ୍ୟ ସାମ୍ବାଦିକ ମାନେ ଲିଙ୍କରେ ଯୋଡି ହୋଇ, “କୋଭିଡ-୧୯ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା” ସମ୍ପର୍କରେ ବିଭିନ୍ନ ଦିଗ ଉପରେ ନିଜର ସ୍ବ-ଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିଡିଓ କନଫାରେନ୍ସ ହଲ ତଥା ୱେବିନାରରେ ଏନଆଇସିର ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ଟିଏନସି:ମୂର୍ତ୍ତି , ଡିସିପିୟୁ: ଜିଲ୍ଲା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ