ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ରାଇରଙ୍ଗପୁର ହାଇସ୍କୁଲରେ ୧୪ ଓ ୧୫ ତାରିଖ ଦିନ ବିଜ୍ଞାନ ମେଳା ଆୟୋଜିତ ହେବାକୁ ରହିଥିବା ବେଳେ ଶୁକ୍ରବାର ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଳା ସ୍ତରୀୟ ବିଜ୍ଞାନ ମେଳାରେ ବିଭିନ୍ନ ସ୍କୁଲର ୨୦୦ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ।ଏହି ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ରହିଥିବା ବେଳେ କିପରି ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇପାରିବ ସେ ଉପରେ ଆଲୋକ ପାତ କରିଥିଲେ । ଏହି ବୈଠକରେ ବହୁ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏହା ସହ ପ୍ରକାଶ ଚନ୍ଦ୍ର ମହାଳିକା ଦୀର୍ଘ ୧୫ ବର୍ଷ ପରେ ଏହି ସ୍କୁଲରେ ଜିଲ୍ଳାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଥିବାରୁ ସେ ନିଜକୁ ଧନ୍ୟମନେ କରିଛନ୍ତି । ଶେଷରେ ଶିକ୍ଷକ ରଂଜନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।


