ଜିଲ୍ଲା ସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳ ଶ୍ରୀ ପରିଡା ଭି.ଏଚ୍.ଏସ୍.ଏନ୍.ଡି. ବୈଠକ ଗୁଡିକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ  । ଜିଲ୍ଲାରେ ମାତୃମୃତ୍ୟୁ ହାର ରୋକିବା ନିମନ୍ତେ ଆଗାମୀ ଦିନରେ ସମସ୍ତ ଗର୍ଭବତୀଙ୍କୁ ମାଗଣାରେ ତିନୋଟି ଅଲଟ୍ରାସାଉଣ୍ଡର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି  ।  ବାଲ୍ୟ ବିବାହ ଏବଂ କନ୍ୟା ଭୃଣହତ୍ୟା ରୋକିବା ନିମନ୍ତେ ଜିଲ୍ଲାରେ ଚାଲୁଥିବା ନିର୍ଭୟା କଢି ଏବଂ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ଅଧିକ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ପ୍ରତି ଶନିବାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଲୁଥିବା ନିର୍ଭୟା କଢି, ମୋ ଗେହ୍ଲା ଝିଅ  ଏବଂ ଆଦ୍ବିକା କାର୍ଯ୍ୟକ୍ରମ ଗୁଡିକୁ ନିୟମ ଅନୁଯାୟୀ ପାଳନ କରିବା ପାଇଁ ସମସ୍ତ  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି   । ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ମାନଙ୍କର ଖାଲିଥିବା ପଦବୀ ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଅନ୍ୟାନ୍ୟ ସମସ୍ତ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ସି.ଡି.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଜିଲ୍ଲାରେ ଥିବା ଦୁର୍ଗମ ଅଞ୍ଚଳରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ କିପରି ପହଞ୍ଚିବ ସେ ଦିଗରେ ସମସ୍ତ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି  । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କିର୍ତ୍ତୀ ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ମହିଳା ସରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ମମତା ଯୋଜନାର ଜିଲ୍ଲା  ପ୍ରକଳ୍ପ ସଂଯୋଜକ କରୁଣାକର ବେହେରା, ସମସ୍ତ ସି.ଡି.ପି.ଓ. ଏବଂ ଅନ୍ୟାନ୍ୟ  ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ