ଜିଲ୍ଲା ସ୍ତରୀୟ ୱେବିନାର
ଶେରଗଡ଼, (ବିଭୁ ପ୍ରସାଦ ଦାଶ): କାଲି ସନ୍ଧ୍ୟା ୫ ରେ ଏକ ଜିଲ୍ଲା ସ୍ତରୀୟ କମ୍ୟୁନିଟି ୱେବିନାର ସଲାମ ଜୀବନ,ଭୁବନେଶ୍ୱର ଓ ଟ୍ରୀ ଫାଉଣ୍ଡେସନ,ଶେରଗଡ଼ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି l ଏହାର ମୂଳଲକ୍ଷ୍ୟ ଥିଲା ଏହିଭଳି ମହାମାରୀ ପରିସ୍ଥିତିରେ ଯୁବ ବର୍ଗକୁ କ୍ୟାନ୍ସର,ଯକ୍ଷ୍ମା ଓ କରୋନା ସମ୍ପର୍କରେ ସଚେତନତା କରାଇବା ଏବଂ ସୁସ୍ଥ ପରିବେଶ ଗଢି ତୋଳିବା l ଏଥିରେ ମୁଖ୍ୟ ଅତିଥି ରୂପେ ଡ଼.ଦୟାସିନ୍ଧୁ ପରିଡା,ତହସିଲଦାରଶେରଗଡ଼ ଯୋଗଦେଇ ଯୁବ ବର୍ଗ ଆଗକୁ ଆସି ସମାଜର ପରିବର୍ତନରେ ଏକ ଉନ୍ନତ ସମାଜ ଗଠନ ନିମନ୍ତେ ପ୍ରେରଣା ଦେଇଥିଲେ l ମୁଖ୍ୟବକ୍ତା ରୂପେ ମହମଦ ଇମ୍ରାନ ଅଲି,ମିଶନ ଆନ୍ସର ଟୁ କ୍ୟାନ୍ସର ର ପ୍ରତିଷ୍ଠାତା ତଥା ସଲାମ ଜୀବନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଯୋଗଦେଇ “ଜୀବନ ବାଛନ୍ତୁ,ତମାଖୁ ମୁକ୍ତ ହୁଅନ୍ତୁ ବୋଲି”ଯୁବ ବର୍ଗକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ସଂଯୋଜକ,ସଲାମ ଜୀବନ ତଥା ଟ୍ରୀ ଫାଉଣ୍ଡେସନ ର ପ୍ରତିଷ୍ଠାତା ନିରାକାର ବିଷୋୟୀ ପରିଚାଳନା ଓ ସଂଯୋଜନା କରିଥିଲେ l ଏଥିରେ ଗଞ୍ଜାମ ଓ ଗଜପତି ର ଯୁବବର୍ଗ କୃଷ୍ଣଚନ୍ଦ୍ର ସୁଆଁସିଆ,ପ୍ରତ୍ୟୁଷ ରଞ୍ଜନ ଦାଶ,କେଶବ କୁମାର ଡାକୁଆ ,ଵାପିନୀ ପଣ୍ଡା ,ଆଶାରାଣୀ ,ସୁସ୍ମିତା ,ଶ୍ରଦ୍ଧାଞ୍ଜଳି ପଣ୍ଡା ,ରତ୍ନାକର ସାହୁ ,ବଳରାମ ପାଣିଗ୍ରାହୀ ,ସନ୍ତୋଷ ବେହେରା ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l


