ଜୀବନ ଦୀପ

ସରି ସରି ଆସେ
ଆୟୁଷ ତଇଳ
ଜୀବନ ଦୀପରୁ ମୋର,
କେତେ ବା ଜଳିବ
କିଏ ସେ କଳିବ
ଦୀପ ଲିଭିବା ଖବର ।

ଯିଏ ଗଢିଥିଲେ
ତାଙ୍କୁ ଏକା ଜଣା
କେତେ ତେଲ ଥିଲେ ଭରି,
କେମିତି ଜଳିଲେ
କେତେଦିନ ଯିବ
ଜୀବନ ଦୀପ ଆମରି ।

ତେଲ ଥାଇ ଦୀପ
କେବେ ଲିଭିଯାଏ
ସେ ଦୀପ ଏ ଦୀପ ନୁହେଁ,
ସେ ଦୀପ ଲିଭିଲେ
ଜାଳିଲେ ଜଳଇ
ଏ ଦୀପ ପାଉଁଶ ହୁଏ ।

ସେ ଦୀପ ଜଳିଲେ
ଅଗ୍ନି ତୈଳ ଦିଶେ
ଶଳିତା ସହଇ ସବୁ,
ଏ ଦୀପ ଜଳିଲେ
କିଛି ନ ଦିଶଇ
ପଞ୍ଚଭୂତ କରେ କାବୁ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ