ଜୁଆ ଆଡ୍ଡାରେ ଚଢ଼ାଉ; ୩୩ ଜୁଆଡ଼ି ଗିରଫ, ୪୩,୭୦୦ ଟଙ୍କା ଜବତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ପୋଲିସ ସୋମବାର ବିଳମ୍ବିତ ରାତିରେ ତିନୋଟି ଜୁଆ ଆଡ୍ଡାରୁ ୩୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତିନି ମୁଠା ତାସ ସହ ୪୩,୭୦୦ଟଙ୍କା ଜବତ କରାଯାଇଛି l ସାନଖେମୁଣ୍ଡି ବ୍ଲକ ମୋୖଳାଭଞ୍ଜl ପଞ୍ଚାୟତ ଖୋଲଡି ଗ୍ରାମ ମଝିଦାଣ୍ଡସାହି, ସିଙ୍ଗିପୁର ଗ୍ରାମର ଠାକୁରାଣୀ ମନ୍ଦିର ସାହି ଓ ରାଧାଦେଇପୁର କାଳୀ ମନ୍ଦିର ସାହିରେ  ଦୀର୍ଘଦିନ ଧରି ଚାଲିଥିବା ଜୁଆ ଆଡ୍ଡାରେ ପାଟପୁର  ପୋଲିସ ଜୁଆଡ଼ି ଙ୍କୁ ଧରିଥିଲା l ଖୋଲଡ଼ି ଗ୍ରାମରୁ ୧୬ ଜଣ ଜୁଆଡ଼ିଙ୍କ ସହ ୩୫,୦୦୦ ଟଙ୍କା ସହ ଏକ ମୁଠା ତାସ, ସିଙ୍ଗିପୁର ଗ୍ରାମର ୫ ଜଣ ଜୁଆଡ଼ିଙ୍କ ସହ ୨୬୦୦ ଟଙ୍କା ସହ ଏକ ମୁଠା ତାସ  ଓ ରାଧାଦେଇପୁର ରୁ ୧୨ ଜଣ ଜୁଆଡ଼ି ଙ୍କ ସହ ୬୧୦୦ ଟଙ୍କା ସହ ଏକ ମୁଠା ତାସ ପୋଲିସ ଧରିଥିଲା l ଅନ୍ୟ କେତେ ଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ l ଏନେଇ ଥାନାରେ ତିନୋଟି ମାମଲା ରୁଜୁ କରିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ