ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ : ଗୌତମ ଓଡ଼ିଶା ଟପର୍‌

ଭୁବନେଶ୍ବର :  ଜେଇଇ ମେନ୍‌ ଫଳ ପ୍ରକାଶ ପାଇଛି।  ଗୌତମ ଦାସ ୯୯.୯୯ ସ୍କୋର କରି ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ବାଲେଶ୍ବର ବାସିନ୍ଦା ରବୀନ୍ଦ୍ର ଦାସଙ୍କ ପୁଅ ବୋଲି ଜଣାପଡ଼ିଛି। ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର କରିଛନ୍ତି। ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧ୍ବ ଭାଷାରେ ପରୀକ୍ଷା କରାଯାଇଥିଲା। ଫେବ୍ରୁଆରି ସମେତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାର ରେଜଲ୍ଟକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ରୢାଙ୍କ ପ୍ରକାଶ ପାଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ