ବଢ଼ି ଚାଲିଛି କରୋନା ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: (ୱାଇଏନ୍ଏସ୍ ): ଦେଶରେ କିଛିଦିନର ନିରବତା ପରେ ପୁଣି ସକ୍ରିୟ ହୋଇଉଠିଛି କରୋନା । ଏବେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୩୮୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ୧୬ ହଜାର ୫୯୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୭୭ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି।ନୂତନ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏବେ ସୁଦ୍ଧା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୪୪ ହଜାର ୭୮୬ରେ ପହଞ୍ଚିଛି। ମୋଟ୍ ଆରୋଗ୍ୟ ଲାଭ କରି ସାରିଲେଣି ୧ କୋଟି ୮ ଲକ୍ଷ ୯୯ ହଜାର ୩୯୪ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧ ଲକ୍ଷ ୮୩ ହଜାର ୪୬୨ ଜଣ ଓ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦ରେ ପହଞ୍ଚିଛି।


