ଜେଲ୍ ଭିତରେ ପରସ୍ପରକୁ ମାରି ଖାଆନ୍ତି କଏଦୀ

ଆଫ୍ରିକା ଖ୍ୱାଣ୍ଡା ଅଞ୍ଚଳର ରହିଛି ଗୀତାରାମା କେନ୍ଦ୍ରୀୟ ଜେଲ୍ । ଏଠାରେ କଏଦୀଙ୍କୁ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଏ । କଏଦୀଙ୍କୁ ଖାଇବାକୁ ଦିଆଯାଏ ନାହିଁ । ଫଳରେ ଦିନ ଦିନ ଧରି ଉପାସ ରହୁଥିବ କଏଦୀ ଭୋକ ବିକଳରେ ପରସ୍ପରକୁ ମାରି ଖାଇଥାନ୍ତି । ଜେଲ କ୍ଷମତା ୬ ଶହ ଥିବାବେଳେ ଏଠାରେ ୭ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଛି । ଜେଲରେ ଗହଳି ଯୋଗୁ କଏଦୀଙ୍କୁ ବସିବା କିମ୍ୱା ଶୋଇବା ପାଇଁ ସ୍ଥାନ ନ ଥାଏ । କଏଦୀମାନେ ଠିଆ ହୋଇ ରୁହନ୍ତି । ଏହାଯୋଗୁଁ ଅନେକଙ୍କୁ ନାନା ପ୍ରକାର ରୋଗ ହାଇଥାଏ । ପ୍ରତିଦିନ ଏହି ଜେଲରେ ହାରାହାରି ୧୦ ଜଣ କଏଦୀଙ୍କ ମୃତ୍ୟୁ ବିଭିନ୍ନ ରୋଗ ଯୋଗୁ ହୋଇଥାଏ । ଜେଲର ଏଭଳି ଅବସ୍ଥାକୁ ମାନବାଧିକାର ସଂଗଠନ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ