ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜୟଦେବ ବିହାର ସ୍ଥିତ ରାମେଶ୍ବର ମନ୍ଦିର ପରିସର ଠାରେ କ୍ୟାପିଟାଲ୍ ହସ୍ପିଟାଲ୍ ବ୍ଲଡ଼ବ୍ୟାଙ୍କ ସହାୟତାରେ ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଥିଲା.ସାହିତ୍ୟିକା ସମାଜସେବୀକା ସରୋଜିନୀ ମିଶ୍ର ଙ୍କ ସହିତ ପରିଷଦ ର ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହିବା ସହ ଉକ୍ତ ଶିବିର କୁ ପରିଚାଳନା କରିଥିଲେ. ଉକ୍ତ ରକ୍ତଦାନ ଶିବିର ରୁ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. ଯେଉଁ ମାନଙ୍କର ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ସେମାନଙ୍କ ଠାରୁ ରକ୍ତଦାନ ଗ୍ରହଣ କରାଯିବା ସହିତ ରକ୍ତଦାନ ମହତ ଦାନ ବୋଲି ପରିଷଦ ତରଫରୁ ମତ ବ୍ୟକ୍ତ କରାଯାଇ ସଚେତନତା ଅଭିଯାନ ଦୀର୍ଘ ୧୦ ଦିନ ଧରି ବ୍ୟାପକ ପ୍ରଚାର କରାଯାଇଥିଲା


