ଜୟୀ ରାଜଗୁରୁ ଥିଲେ ପାଇକ ବିଦ୍ରୋହର ଅଦ୍ୱିତୀୟ ବୀରତ୍ୱ ଓ ସାହସର ପ୍ରତୀକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ପାଇକ ବିଦ୍ରୋହର ମହାନ୍ ବୀରତ୍ୱ, ଦେଶପ୍ରେମ ଓ ସାହସର ପ୍ରତୀକ ତଥା ମୁଖ୍ୟ କର୍ଣ୍ଣଧାର ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସ ସ୍ଥାନୀୟ ରାଜଗୁରୁ ଛକ (ଏ.ଜି. ଛକ)ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲାପାଳ ଦେବରାଜ ସେନାପତି, ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍‌, ଭାଷାବିତ୍ ସୀତାବଲ୍ଲଭ ମହାପାତ୍ର, ରମେଶ ଚନ୍ଦ୍ର ପାତାଳସିଂହ, ଯନ୍ତ୍ରୀ ଶିଶିର ନାୟକ, ପ୍ରଦୀପ ବିଶ୍ୱାଳ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଜୟୀ ରାଜଗୁରୁ ଥିଲେ ପାଇକ ସଂଗ୍ରାମର ଅଦ୍ୱିତୀୟ ବୀରତ୍ୱ, ଦେଶପ୍ରେମୀ ତଥା ସମଗ୍ର ଓଡ଼ିଶା ଜାତିର ସାହସର ପ୍ରତୀକ । ଇଂରେଜ ଶାସନ ବିରୋଧରେ ଗରିଲା ଯୁଦ୍ଧ କରିବା ସହିତ ସମସ୍ତ ପାଇକମାନଙ୍କୁ ଏକତ୍ର କରି ସ୍ୱତନ୍ତ୍ର ରଣକୌଶଳ ମାଧ୍ୟମରେ ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ଉତ୍କଳ ପୂର୍ଣ୍ଣ ନ୍ୟାସର ସଭାପତି, ମହାନ୍ ସାରସ୍ୱତ ପ୍ରତିଭା ପର୍ଶୁରାମ ଦ୍ୱିବେଦୀଙ୍କୁ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଓଡ଼ିଶାରେ ଭାଷା ଓ ମାତୃଭୂମି ପ୍ରତି ଘୋର ସଙ୍କଟ ଦେଖାଦେଇଛି । ସମସ୍ତେ ଏଥିପ୍ରତି ଧ୍ୟାନ ଦେବାକୁ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାରସ୍ୱତ ପ୍ରତିଭା ରମାକାନ୍ତ ମିଶ୍ର, କାମଦେବ ମହାପାତ୍ର, ରାମନାରାୟଣ ମିଶ୍ର, ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ ରହିବା ସହିତ ଏହି ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥି ସହିତ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୬୫ତମ ଶ୍ରାଦ୍ଧ ଦିବସ ଅବସରରେ ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା ବିରଜା ପ୍ରସାଦ ଶତପଥୀ, ସତ୍ୟବ୍ରତ ଜେନା, ରୋହିତ କୁମାର, ତନ୍ମୟ ସାମନ୍ତରା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଯାନର ସଂଯୋଜକ ନାରାୟଣ ଓଝା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ