ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା- ୫ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ:୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମତଦାନ ନଭେମ୍ବର ୩୦ ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟରେ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୧୬ ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ । ୨୩ ଡିସେମ୍ବରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଚଳିତ ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ୨୦୨୦ ଜାନୁୟାରୀ ୫ ତାରିଖରେ ଶେଷ ହେବାକୁ ଥିବା ବେଳେୂ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ । ଝାଡ଼ଖଣ୍ଡ ବିଧାନମଭା ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ପରେ ଆଜିଠାରୁ ଝାଡଖଣ୍ଡରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ