ଝୁଲନ୍ତା ମୀନାର

ଦୁନିଆରେ ଏମିତି କିଛି ଜାଗା ରହିଛି, ଯାହାର ରହସ୍ୟ ସମସ୍ତେ ଜାଣିନାହାନ୍ତି । ଦୁନିଆର କିଛି ରହସ୍ୟମୟ ଘଟଣାକୁ ନେଇ ଏବେ ବି ଚାଲିଛି ଗବେଷଣା ଓ ଅଧ୍ୟୟନ । ଏହା ମଧ୍ୟରୁ ଗୋଟିଏ ହେଉଛି ଝୁଲନ୍ତା ମୀନାର । ସାଉଦି ବଶିର ମସଜିଦ୍‌ର ଏକ ମୀନାରକୁ ଝୁଲନ୍ତା ମୀନାର କୁହାଯାଏ । ଏହା ମଧ୍ୟରୁ ଗୋଟିଏ ମୀନାର ମସଜିଦ୍‌ର ବିପରୀତ ସାରଙ୍ଗପୁର ଦରଓ୍ୱାଜା ନିକଟରେ ରହିଛି ଓ ଅନ୍ୟଟି ରାଜବିବି ମସଜିଦ୍‌ର ବିପରୀତ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ ଭିତରେ ରହିଛି । ତେବେ ଏହାକୁ ନେଇ ଇଞ୍ଜିନିୟରମାନେ ଭିନ୍ନ ଭିନ୍ନ ମତ ରଖନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରକୃତ ରହସ୍ୟ କେହିବି କହିପାରିନାହାନ୍ତି । କୁହାଯାଏ, ବ୍ରିଟିଶ ଶାସନ କାଳରେ ବ୍ରିଟେନ୍‌ରୁ ଆର୍କିଟେକ୍‌ଚର ଓ ଇଞ୍ଜିନିୟରମାନଙ୍କୁ ଡକାଯାଇଥିଲା । ଏହା ସତ୍ତ୍ବେ କୌଣସି କାରଣ ଜଣାପଡ଼ିନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କୌଣସି ଭୂକମ୍ପର ଝଟ୍‌କା ଏହାର କିଛି କରିପାରିନି । ଏହା ଉପରକୁ ଚଢିବାକୁ ପର୍ଯ୍ୟଟକମାନଙ୍କ ପାଇଁ ନିଷେଧ ଥିଲେ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି ଦେଖିବାକୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ