ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ କିନ୍ନର କମୁନିଟି ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ କିନ୍ନର କମୁନିଟି ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ଶତାଧିକ କିନ୍ନର ଏକତ୍ରିତ ହୋଇ ସାଧାରଣ ମଣିଷଙ୍କ ପରି କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ, କିନ୍ନରମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରୀ କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବା, ଭୂମିହନୀମାନଙ୍କୁ ଭୂମି ଏବଂ ସ୍ଥାୟୀ ପଟ୍ଟା ପ୍ରଦାନ କରିବା, କିନ୍ନର ୱେଲଫେୟାର ବୋର୍ଡ଼ ଗଠନ କରିବା ଏବଂ ସର୍ବୋପରି ନିର୍ବାଚନରେ କିନ୍ନରମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଯୋଗାଇ ଦେବାକୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କିନ୍ନର ସମାଜରେ ମୃତ୍ୟୁବରଣ କରିଥିବା କିନ୍ନରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉପସ୍ଥିତ ଥିବା କନ୍ନରମାନେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୀପଦାନ କରିଥିଲେ । ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃ୍‌ତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୀନା କିନ୍ନର, ପୂଜା, ଶ୍ରୀୟା, ପାୟଲ, ରାଧା, ମମତା, ରିୟା, କାଜଲ, ରିତୁ, ସୋନି, କଣ୍ଢେଇ, ପିଙ୍କି, ଯମୁନା ଓ ତୁଳସୀ କିନ୍ନର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ