ଟୁଇନ୍‌ ସିଟିରୁ ଦୁଇ ହଜାର ଗାଡି ସିଜ୍‌

ଭୁବନେଶ୍ବର : ଅମାନିଆଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଦ୍ବୈତ୍ୟନଗରୀ କମିଶନରେଟ୍‌ ପୋଲିସ। ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଲୋକେ କିନ୍ତୁ ଗାଇଡ୍‌ ଲାଇନ୍‌ ମାନୁନାହାନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଏହାକୁ ଉଲ୍ଲଂଘନ କରୁଛନ୍ତି ରାଜଧାନୀବାସୀ। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଟକ-ଭୁବନେଶ୍ବରରେ ୪୮ ଘଣ୍ଟିଆ ସଟ୍‌ଡାଉନ ଉଠିବା ପରେ ଏବେ ଲଡାଉନ୍ କଟକଣା ଜାରି ରହିଛି। ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି। କିନ୍ତୁ ଏହାକୁ ଖାତିର୍‌ କରି ନାହାନ୍ତି ଏହି ଟୁଇନ୍‌ ସିଟିରେ ଲୋକେ। ଅମାନିଆ ହୋଇ ଗାଡି ନେଇ ବାହାରକୁ ବାହାରିଛନ୍ତି। ଏହି କ୍ରମରେ ଆଜି ରାଜଧାନୀରୁ ୮୭୪ଟି ଗାଡ଼ି ସିଜ୍ ହୋଇଥିବାବେଳେ କଟକରେ ୧୦୧୯ଟି ଗାଡି ସିଜ୍‌ କରାଯାଇଥିବା ନେଇ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ