୫୨ ବର୍ଷରେ ଓରାଳି ରଥ ଯାତ୍ରା

ହାଟଡିହି  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ଐତିହ ଓ ସଂସ୍କୃତି ସଂପନ୍ନ ହାଟଡିହି ବ୍ଲକ ଓରାଳି ଗ୍ରାମରେ ୧୯୭୪ ମସିହାରେ ଆରମ୍ଭ ହୋଇଥିବା ଓରାଳି ରଥ ଯାତ୍ରା ୫୨ତମ ବର୍ଷରେ ଆଜି ଏଠାରେ ଘୋଷ ଯାତ୍ରା ଧୁମଧାମରେ ପାଳନ କରାଯିବାକୁ ଥିବାବେଳେ ଛେରା ପହଁରା ପରେ ପରେ ପ୍ରବଳ ବର୍ଷା ଶ୍ରଦ୍ଧାଳୁ ଙ୍କୁ ହତାସ କରିଛି। ଅଞ୍ଚଳର ପାଖାପାଖି ୫ ହଜାର ରୁ ଅଧିକ ଶ୍ରଦ୍ଧାଳୁଙ୍କର ଏଠାରେ ସମାବେଶ ହୋଇଥିଲା। ଅପରାହ୍ନ ୪ଟା ପରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭଜନ କୀର୍ତ୍ତନ ନାମ ସଙ୍କୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟ ମଧ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଠାକୁର ସେବକ ନୃସିଂହ ନାଥ ସିଂହ ଛେରା ପହଁରା କରିଥିଲେ। ରଥ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଠାରେ ନନ୍ଦିପଦା ପୁଲିସ ଉପସ୍ଥିତ ଥିବା ବେଳେ ଟାଟା ପାୱାର ର ବିଦ୍ୟୁତ୍ କର୍ମଚାରୀ ମାନେ ରଥ ଟଣା ପାଇଁ ବିଭାଗୀୟ ସହଯୋଗ ଯୋଗାଇଥିଲେ। ପ୍ରବଳ ବର୍ଷା ମଧ୍ୟରେ ନିଷ୍ଠାପର ଶ୍ରଦ୍ଧାଳୁ ମାନେ ବର୍ଷରେ ଭିଜି ଭିଜି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ଟାଣି ନେଇଯାଇଥିବା ବେଳେ ପ୍ରବଳ ବର୍ଷା ମଧ୍ୟ ନୃତ୍ୟରତ ଶ୍ରଦ୍ଧାଳୁ ଙ୍କୁ ଅଟକାଇ ପାରିନଥିଲା। ଆଜି ଠାକୁର ରଥରେ ରହିବେ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ