ଟୋଲ୍ ଫ୍ରି ନମ୍ୱରକୁ ଡାଏଲ୍ କରି ୪ ଲକ୍ଷ ଟଙ୍କା ହରାଇଲେ ଗ୍ରାହକ

ଲକ୍ଷ୍‌ନୌ , (ଯୁଗାବ୍ଦ ନ୍ୟୁଜ) : ଗୋମତି ନଗର ଅଞ୍ଚଳର ବିରାଟ ଖଣ୍ଡରେ ଖାଦ୍ୟ ଡେଲିଭରି ଆପ୍ ଯୋଗେ ଦିଆଯାଇଥିବା ବରାଦକୁ କ୍ୟାନ୍ସେଲ୍ କରିବାକୁ ଟୋଲ୍ ଫ୍ରି ନମ୍ୱର ବ୍ୟବହାର କରିଥିବା ଜଣେ ବ୍ୟକ୍ତି ଠକାମିର ଶରବ୍ୟ ହୋଇ ୪ ଲକ୍ଷ ଟଙ୍କା ହରାଇଛନ୍ତି । ଠକାମିର ଶରବ୍ୟ ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି, ସେ ଏକ ଫୁଡ୍ ଡେଲିଭରି ଆପ୍ ଯୋଗେ ଖାଦ୍ୟ ବରାଦ ଦେଇଥିଲେ, କିନ୍ତୁ ଆଶାନୁସାରେ କମ୍ପାନି ଖାଦ୍ୟ ଡେଲିଭରି ନ କରିବାରୁ ସେ ଇଣ୍ଟର୍‌ନେଟ୍‌ର କଷ୍ଟମର୍ କେୟାର୍ ନମ୍ୱର ଖୋଜିଥିଲେ । ଯେଉଁ ବ୍ୟକ୍ତି ତାଙ୍କୁ ଫୋନ୍ ଧରିଲେ ସେ ନିଜକୁ କମ୍ପାନିର ପ୍ରତିନିଧି ବୋଲି କହିଲେ । ଏଥର ସେ ତାଙ୍କୁ ଗୋଟିଏ ଆପ୍ ଇନ୍‌ଷ୍ଟଲ୍ କରିବାକୁ କହିବା ସହ ତାଙ୍କ ସେଭିଙ୍ଗ୍ ଆକାଉଣ୍ଟ୍ ଲଗ୍‌ଇନ୍ କରିବାକୁ କହିଥିଲେ । ସେ ତାଙ୍କର ବ୍ୟାଙ୍କ୍ ବିବରଣୀ ଆପ୍‌ରେ ଏଣ୍ଟ୍ରି କରିବା କ୍ଷଣି ତାଙ୍କୁ ଗୋଟାଏ ୱାନ୍‌-ଟାଇମ୍ ପାସ୍‌ୱାର୍ଡ ମିଳିଲା । ଅର୍ଥ ଫେରସ୍ତ ପାଇବାକୁ ଓଟିପି ଏଣ୍ଟ୍ରି କରିବାକୁ ସେ ବ୍ୟକ୍ତିଟି ତାଙ୍କୁ କହିଲେ । ତାହାକୁ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଡେବିଟ୍ ହୋଇଗଲା । ଗୋମତିନଗର ପୁଲିସ ସାଇବର୍ ସେଲ୍ ସହାୟତାରେ ଅପରାଧୀକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ