ଚମତ୍କାରୀ ମହୁଆ ଗଛ ପାଇଁ ଘଟିଲା ହିଂସାକାଣ୍ଡ, ୧୨ ପୋଲିସ କର୍ମୀ ଆହତ
ମଧ୍ୟ ପ୍ରଦେଶର ସତପୁଡ଼ା ଟାଇଗର ରିଜର୍ଭରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏଥିରେ ୧୨ରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ଜଣାପଡ଼ିଛି, ଟାଇଗର ରିଜର୍ଭରେ ମହୁଆ ଗଛକୁ ଦେଖିବା ଲାଗି ଆଖପାଖର ଲାକେ ଭିଡ଼ ଜମାଇଥିଲେ । ଗତ ଦୁଇମାସ ହେବ ମହୁଆ ଗଛକୁ ଚମତ୍କାରୀ ବୋଲି କହି ଲୋକେ ଏଠାକୁ ଆସୁଛନ୍ତି । ତେବେ ଏହି ସମ୍ୱେଦନଶୀଳ ଅଞ୍ଚଳରେ ଗହଳି ଜମୁଥିବାରୁ ପୋଲିସ ପହଞ୍ଚି ବାରଣ କରୁଥିଲା । ହେଲେ ଏଥିରେ ଉଗ୍ର ହୋଇଉଠି ଲୋକେ ପୋଲିସକୁ ଉତ୍ତମମଧ୍ୟମ ଦେଇଥିଲେ । ଅତିରିକ୍ତ ଏସ୍ପି ଘନଶ୍ୟାମ ମାଲବୀୟ କହିଛନ୍ତି, ସ୍ଥାନୀୟ ଗ୍ରାମବାସୀ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଆମ ଟିମ୍ ସେଠାକୁ ଭିଡ଼ ନିୟନ୍ତ୍ରିତ କରିବାକୁ ଯାଇଥିଲା । ଏହି ଘଟଣାରେ ଗ୍ରାମବାସୀଙ୍କ ସହ ବୁଝାମଣା ଚାଲିଛି ।


