ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ନିକଟ ରାମଚଣ୍ଡି ମନ୍ଦିର ନିକଟରେ ଏକ ଟ୍ରାକ୍ଟର (OD07J5125) ବାଇକ ସହ ଧକ୍କା ହୋଇ ଓଲଟି ଯିବାରୁ ଜଣେ ଶ୍ରମିକ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି l ମୃତ ଶ୍ରମିକ ହେଲେ ଗୋକୁଳ ଦାସ l ତାର ଘର ଚମାଖଣ୍ଡି ଥାନା ଅନ୍ତର୍ଗତ ବଣବଣା ପଲ୍ଲୀ ଗ୍ରାମ l ସେ ଲେବର ରୂପେ କାର୍ଯ୍ୟରତ ଥିଲେ l ଆଜି ସକାଳ ପ୍ରାୟ ୧୧ଘଣ୍ଟ ସମୟରେ ଟ୍ରାକ୍ଟରରେ ବସି ରାମଚଣ୍ଡି ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଟ୍ରାକ୍ଟର ବାଇକ ସହ ଧକ୍କା ହୋଇ ଓଲଟି ଯାଉଥିଲା l ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ଏନେଇ ମୃତ ଗୋକୁଳଙ୍କ ପୁଅ ରାଜେନ୍ଦ୍ରଦାସ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ