ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ମଙ୍ଗଳବାର  ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି ।  ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଡଃ. ଶଙ୍କର ନାରାୟଣ ବେଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଯୋଗଦେଇ ଶିକ୍ଷା ବ୍ୟବସ୍ଥାର ଆହ୍ବାନ ଗୁଡିକୁ ସକରାତ୍ମକ ଭାବ ନେଇ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ କିଭଳି ହୋଇପାରିବ ଏବଂ ଚାଲୁଟେକା ବ୍ରିଜର ସଂଯୋଗୀକରଣ ଭଳି ବିଦ୍ୟାଳୟ , ଶୈକ୍ଷିକ ପରିବେଶ , ଶିକ୍ଷା ବିଭାଗ ସହ ଜଡ଼ିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିକାଶ ମୁଖି ସମନ୍ୱୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ , ଜିଲ୍ଲା ମଙ୍ଗଳ ଅଧିକାରୀ ଦେବ ରଞ୍ଜନ ଦାସ , ଜାତି ଓ ଜନଜାତି  ସଂଯୋଜକ ଡଃ ସରୋଜ କୁମାର ପାଳ , ଜିଲ୍ଲା ସମଗ୍ର ଶିକ୍ଷା ଶୈକ୍ଷିକ ବିକାଶ ସଂଯୋଜକ ସନ୍ତୋଷ କୁମାର ପଣ୍ଡା , ଜିଲ୍ଲା ଶିକ୍ଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପ୍ରଶିକ୍ଷକା ନିବେଦିତା ପାଢ଼ୀ , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି ପରଖ ରାଷ୍ଟ୍ରୀୟ ଅଭିଯାନ , ଏଫ୍ ଏଲ୍ ଏନ୍ , ଏମ୍ ସି ଏମ୍ , ଜାତି ଜନଜାତି ଶିକ୍ଷାର ବିକାଶ , ବିଭିନ୍ନ ବୃତ୍ତି ପରୀକ୍ଷା , ପି ଏମ୍ ପୋଷଣ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର , ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ଏବଂ ସୁପରିଚାଳନା ସମେତ ଶିକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଇ. ଗଣେଶ ପାତ୍ର , ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର ଗୈାଡ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ , ସହାୟକ କିରାଣୀ ଓମକାର ପଟ୍ଟନାୟକ , ଗୈାତମ ଦୋରା , ପୁନ୍ଯଦା କୁମାରୀ ମଣ୍ଡଳ , ନିଶିକାନ୍ତ ଚୌଧୁରୀ , ଉତ୍ତମ ଦୋରା ,ରଞ୍ଜୀତା ପଟ୍ଟନାୟକ ଙ୍କ ସମେତ ସମସ୍ତ ସିଆରସିସି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ । ଏଥିରେ ୧୫୭ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଏବିଇଓ ଶ୍ରୀ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ