ଠାକୁରାଣୀ ଯାତ୍ରା ଆରମ୍ଭ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) ; ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁRûଗୁଡା ଗ୍ରାମରେ ଗତକାଲି ଠାରୁ ମା ଠାକୁରାଣୀ ଯାତ୍ରା ଧୁମଧାମରେ ଆରମ୍ଭ ହୋଇଛି । ମାଁu ଯାତ୍ରା ର ପ୍ରଥମ ଦିନରେ ଗ୍ରାମବାସୀ ମାନେ ସକାଳ ୧୧ ସମୟରେ ବାଦ୍ୟ ,ବାଜଣା ଧର୍ମୀୟ ରିତିନୀତି ପରପଂରା @^ê~ûdú cûu ପୁଜାର୍ଚ୍ଚନା କରି ମାଙ୍କ ଚତୁର୍ଦ୍ଧା ମୁର୍ତ୍ତିକୁ ବରଣ କରି ଅଣାଯାଇଥିଲା । ସଂନ୍ଧ୍ୟା ୭ ଟା ସମୟରେ ମୁRûMW ଗ୍ରାମର ପ୍ରତି ସାହିକୁ ମାଁ ଠାକୁରାଣୀଙ୍କୁ ପରିକ୍ରମା କରାଯାଇଥିଲା । ଗ୍ରାମ ପରିକ୍ରମା ପରେ ରାତ୍ର ୧୦ ଘଣ୍ଟ ସମୟରେ ମା ନିଜର ଅସ୍ଥାୟୀ ମଣ୍ଡପ ରହିଥିଲେ । ଏହି ଯାତ୍ରା ଦୀର୍ଘ ୨୧ ଦିନ ଧରି ଚାଲିବ । ଠାକୁରାଣୀ ଯାତ୍ରାକୁ ସୁଚାରୁ ରୁପେ ପାଳନ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରିଚାଳନା କମିଟିର ଗ୍ରାମ୍ୟ ସଭାପତି ସନ୍ତୋଷ କୁମାର ରଥ ,ସଂପାଦକ ଧୋବା ଗୈାଡ ,କୋଷାଧ୍ୟକ୍ଷ ପଦ୍ମନାଭ ପ୍ରଧାନ ,ମୁଦାଗଡ ସଂରପଞ୍ଚ ଶିବ ଶଙ୍କର ପ୍ରଧାନ ସହିତ ଗ୍ରାମବାସୀ ମାନେ ସହଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ