ଠିକାଦାର ଗାଡିକୁ ଆକ୍ରମଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଜଣେ ଠିକାଦାରଙ୍କ ଗାଡିକୁ ପଥରରେ ମାରି ଗାଡିର ଆଗ କାଚଭାଙ୍ଗି ଦେଇଛନ୍ତିି । ସୁଚନାରୁ ପ୍ରକାଶ ଯେ ଠିକାଦାର ସଂଗ୍ରାମ ସାହୁ ନିଜ ଫଢ ଈଣ୍ଡେଭର କାରନଂ ଓଡି୦୫ଏକେ ୧୨୪୭ରେ ଆଜି କୌଣସି ଅଫିସ କାମରେ ଦାରିଙ୍ଗବାଡିରୁ ବାଲିଗୁଡା ଆସିଥିଲେ । ଅଫିସ କାମ ସାରି ହୋଟେଲକୁ ଖାଇଯିବା ସମୟରେ ବାଲିଗୁଡାର ତ୍ରୀବେଦୀ ପାର୍କ ନିକଟରେ ରାସ୍ତା ଉପରେ ଦୁଇ ଜଣ ଯୁବକ ମୋଟରସାଇକେଲ ଉପରେ ଠିଆ ହୋଇ ଗପୁଥିଲେ ରାସ୍ତା ଛାଡିିବାକୁ ଡ୍ରାଇଭର ହର୍ନ ମାରିଥିଲେ ଏହାପରେ ସେହି ମୋଟରସାଇକେଲରେ କାରର ଆଗରେ ଆଗରେ ଯାଇଥିଲେ ,ମିନିଷ୍ଟାଡିୟମ ନିକଟରେ ମୋଟରସାଇକେଲକୁ ଓଭରଟେକ କରି କାରଟି ଆଗକୁ ଯାଇଥିଲା ଏବଂ ପେଟ୍ରୋଲ ପମ୍ଫ ନିକଟ ଭବାନୀ ହୋଟେଲରେ ଆଗରେ କାରକୁ ରଖି ଖାଇବାକୁ ଯିବା ସମୟରେ ସେହି ମୋଟରସାଇକେଲର ଦୁଇ ଯୁବକ ଆସି କାର ଉପରକୁ ଆକ୍ରମଣ କରି ପଥର ମାରଥିଲେ ଯାହାଫଳରେ କାରର ଆଗ କାଚଟି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାକୁ ନେଇ କାରର ଡ୍ରାଇଭର ବାଲିଗୁଡାଥାନାରେ ଏକ ମାମଲାରୁଜୁ କରିଛନ୍ତି । ଥାନା ଅଭିଯୋଗ ହେବା ପରେ ପୋଲି ବାଲିଗୁଡା ଥାନା କେଶ ନଂ ୧୦/୨୩ରେ ମାମଲା ରୁଜୁକରି ଦୁଇଟି ପିଲା ପିଣ୍ଟୁ ସେଠୀ ଓ ଜିତୁ ଦିଗାଳଙ୍କୁ ଥାନାକୁ ଡାକି ପଚାରା ଉଚାରା କରୁଛନ୍ତି ବୋଲି ଥାନା ଆଇଆଇସି ବାବା ଶଙ୍କର ସରାଫ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ