ଡଅଁର ତାରିଣୀ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଡଅଁରସ୍ଥିତ ମା ତାରିଣୀ ପୀଠରେ ୭ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନିରାକାର ମଲ୍ଲିକ, ମହାଜ୍ୟୋତି ମଲ୍ଲିକ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ଗୀତା ପାଢ଼ୀ, ରାନୁ ପାଢ଼ୀ, ବନି ସାହୁ, ଭାମା ସାହୁ, ଡୋନା ସାହୁ, ବିଣା ସାହୁ, ଜୟନ୍ତୀ ସାହୁ, ନାରଣ ପାଢ଼ୀ, ବିମଳା ପାଢ଼ୀ, ପାକ ଜେନା, ଚିନୁ ନାୟକ, ପିଙ୍କି ଦେଓ, ଗେଟୁଳି ଓଝା, ଅଜୁ ଜେନା, ରାଜେନ୍ଦ୍ର ଜେନା, ସନ୍ତୋଷ ନାୟକ, ଟୁକୁ ଦଳେଇ, ଅନୁପମା ବେହେରା, ବଳରାମ ନାୟକ, ମହେଶ୍ୱର ଜେନା, କାଳିଆ ଜେନା, ଆଲୋକ ଜେନା ପ୍ରମୁଖ କର୍ତ୍ତା ଭାବେ ଘଟୋତ୍ତାଳନ କରିବାପରେ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ସୁକାନ୍ତ ଦାଶ, ଲକ୍ଷ୍ମୀଧର ଆଚାର୍ଯ୍ୟ, ବିବେକାନନ୍ଦ ପାଢ଼ୀ, ସରୋଜ ପଣ୍ଡା ପ୍ରମୁଖଙ୍କ ଦ୍ୱାରା ସମସ୍ତ ରିତୀନିତୀ ମତେ ବିଶ୍ୱଶାନ୍ତି ଯଜ୍ଞ ସହ ଚଣ୍ଡୀପାଠ, ମାଙ୍କ ଶୋଡଷ ଉପଚାର ପୂଜା ସମ୍ପର୍ଣ୍ଣ କରାଯାଇଥିଲା । ୪ଦିନ ଧରି ଚାଲିଥିବା ଏହି ଯଜ୍ଞ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରବିନ୍ଦ୍ର ନାୟକ, ବାମଦେବ ପହି, ଦାମୋଦର ପାଢ଼ୀ, ପଦ୍ମନାଭ ପରିଡା, ଗଣେଶ୍ୱର ବେହେରା, ପ୍ରବିର ନାୟକ, ରଞ୍ଜନ ପହି, କିଶୋର ଜେନା, ପ୍ରତାପ ଦେଓ, ରମେଶ ରାଉତ, ମଦନ ସାନ୍ତାଳ, ସନ୍ଦିପ ଦେଓ, ପ୍ରକାଶ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଏହି ଯଜ୍ଞ କାର୍ଯ୍ୟକ୍ରମର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବା ସହିତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।


