ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖେ ଛତୁ
ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିଚାଲିଛି । ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍, ଭିଟାମିନ୍ ଡି, ସେଲେନିୟମ ଓ ଜିଙ୍କ୍ । ଏହାକୁ ନିୟମିତ ବ୍ୟବଧାନରେ ଖାଇଲେ ଶରୀରର ରୋଗ ପ୍ରତିରାଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଜଣାପଡିଛି ।
-ଏଥିରେ ରହିଛି ବିଟା ଗ୍ଲାଇସିନ ଯାହା ପ୍ରୋଷ୍ଟେଟ୍ ଓ ବ୍ରେଷ୍ଟ କ୍ୟାନସରକୁ ଦୂରେଇ ଦେଇଥାଏ ।
– ଛତୁ ନିୟମିତ ଖାଇଲେ ଶରୀରର ଓଜନ କମ୍ ହୋଇଥାଏ ।
-ଛତୁରେ କାର୍ବୋହୋଡ୍ରେଟ୍ସ୍ସର ମାତ୍ରା କମ୍ ଥିବାରୁ ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।
-ଏଥିରେ ସେଲେନିୟମ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ଛୋଟ ଛୋଟ ରୋଗରୁ ମୁକ୍ତି ଦେଇଥାଏ ।
-ସପ୍ତାହକୁ ଅତିକମ୍ରେ ୩ ଥର ଛତୁ ଖାଇବା ଉଚିତ୍ । ଏଥିରେ ନ୍ୟୁଟ୍ରିଜିୟମ ଓ ଏନଜାଇମ୍ ଥିବାରୁ ଏହା ହୃଦ୍ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ।
-ଛତୁରେ କାର୍ବାହୋଇଡ୍ରେଟ୍ସର ମାତ୍ରା କମ୍ ଥିବାରୁ ଏହା ପେଟ ଦରଜ, କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟାକୁ ଦୂରେଇ ଦେଇଥାଏ ।


