ଡିଆରଡିଏ ସମୀକ୍ଷା ବୈଠକ
ଛତ୍ରପୁର: ଡିଆରଡିଏ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟସୂଚୀ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲାପଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ଥିବା ସମସ୍ତ ବିଡିଓ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଲୋକମାନଙ୍କ ଅଭିଯୋଗକୁ ପ୍ରାଧନ୍ୟ ଦେଇ କାର୍ଯ୍ୟକରିବା, ଲୋକଙ୍କ ପାଖକୁ ଯାଇ ସମସ୍ତ କାର୍ଯ୍ୟର ସମାଧାନ କରିବା, ଗ୍ରାମୀଣ ଗୃହ ଯୋଜନା, ଏନଆରଜିଏସ ଠାରୁ ଆରମ୍ଭ ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଥିଲେ । ନରେଗା କାମର ତ୍ୱରାନ୍ୱୀତ କରିବା ସହିତ ଭିନ୍ନ ଭିନ୍ନ ପ୍ରକଳ୍ପ ମାଧ୍ୟମରେ ଏହି ଯୋଜନାର କାର୍ଯ୍ୟକାରୀ କରିବା । ଗାଇଁ ଗୁହାଳ, ବୃକ୍ଷ ରୋପଣ, ସହିତ ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରିବ।। ମାର୍ଚ୍ଚ ସୁଦ୍ଧା ଟ୍ରାଗେର୍ଟ ଅନୁସାରେ ସମସ୍ତ କାର୍ଯ୍ୟ କରିବା । ଗ୍ରାମୀଣ ଗୃହ ଯୋଜନାରେ ବିଜୁ ପକ୍କାଘର , ପ୍ରଧାନ ମନ୍ତ୍ରୀଆବାସ ଗୃହ ଓ ନିର୍ମଣା ଶ୍ରମିକ ଗୃହ ଟ୍ରାଗେଟ ଅନୁସାରେ ନିର୍ଦ୍ଧାରିତ ସମୟ ସୀମା ଅନୁସାରେ କାର୍ଯ୍ୟକରିବା । ଯେଉଁ ମାନେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରି ନାହାଁନ୍ତି ତାହା ଖୁବ୍ ଶୀଘ୍ର ନିର୍ମଣା କରିବାକୁ କୁହାଯାଇଛି । ନଚେତ କେତେବେଳେ ଏହା ବନ୍ଦ ହୋଇଯିବ ଲୋକମାନଙ୍କୁ ଏହାର ପ୍ରାପ୍ତି ମିଳିପାରିବନି । କଲ୍ୟାଣ ମଣ୍ଡପ, ଅଙ୍ଗନବାଡି କେନ୍ଦ୍ର , ଆମ ଗାଁ ଆମ ବିକାଶ କାର୍ଯ୍ୟ ଗୁଡିକ ତୁରନ୍ତ ସାରିବା । ଯେଉଁ ପଂଚାୟତରେ ଆମଗାଁ ଆମ ବିକାଶ କାର୍ଯ୍ୟଗୁଡିକ ହୋଇନି । ପରବର୍ତ୍ତି ସମୟରେ ସେମାନେ ଏଥିରୁ ବଂଚିତ ରହିବେ ବୋଲି ଆଲୋଚନା ହୋଇଛି । ଗ୍ରାମ ପଂଚାୟତ ଗୁଡିକରେ ନୂତନ ଷ୍ଟ୍ରିଟ୍ ଲାଇଟ ଲଗାଯିବ ଏହାର ଟେଣ୍ଡର ମାଧ୍ୟମରେ କାର୍ଯ୍ୟକାରୀ ହେବ ବୋଲି ବୈଠକ ସମୀକ୍ଷା ହୋଇଥିଲ।। ଏହି ବୈଠକରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡି ରବିନାରାୟଣ ତ୍ରିପାଠୀ,ଡିଆରଡିଏ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା , ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବିଡିଓ ଓ ନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।


